ପ୍ରତାପପୁରରେ ବେକରେ ରଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା: ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର ଲୋକେ, ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ପ୍ରତାପପୁର ଗାଁରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ନାମ କୁନି ହରିଜନ (୨୬) ବୋଲି ଜଣାପଡିଛି। ସୂଚନାଯୋଗ୍ୟ କୁନି ହରିଜନ ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତର ମେଲଘୁଟୁ ଗାଁର ଝିଅ। ସେ ପ୍ରତାପପୁର ଗାଁର ନରେନ୍ଦ୍ର ହରିଜନକୁ ପ୍ରେମ ବିବାହ କରିଥିଲେ। ବିବାହକୁ ୧୩ ବର୍ଷ ବିତି ଯାଇଥିବାବେଳେ ତାଙ୍କର ଦୁଇଟି ପୁଅ ଅଛନ୍ତି। ତେବେ ଆଜି ପରିବାର ଲୋକେ ଘରେ ନଥିବା ବେଳେ ଯୁବତୀ ଜଣକ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି କରିଛି।

Omkar Vasthu
Omkar Vasthu

ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି ନା’ କିଏ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି ତାହା ଅସ୍ପଷ୍ଟ ରହିଛି। ଖବର ପାଇ ତାଙ୍କ ମା’ ଓ ଭାଇ ଘଟଣା ସ୍ଥଳକୁ ଆସି ତାଙ୍କ ଝିଅକୁ ମାରିଦେଇ ଥିବା ଅଭିଯୋଗ ଆଣିଛନ୍ତିl ଏପଟେ ମୃତ୍ୟୁ କୁନି ହରିଜନଙ୍କ ସ୍ୱାମୀ ନରେନ୍ଦ୍ର ହରିଜନ ୬ମାସ ତଳେ ତାମିଲନାଡୁ ଯାଇଥିବା ବେଳେ ପରିବାର ଲୋକେ ଏହି ମୃତ୍ୟୁକୁ ନେଇଁ ସନ୍ଦେହରେ ଅଛନ୍ତିl ପରିବାର ଲୋକେ କହିବା ଅନୁସାରେ ଅନେକ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ଚାଲିଥିଲା ପୂର୍ବରୁ ମଧ୍ୟ ଗୋଟିଏ ଥର ବିଷଖାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିବା ବେଳେ ପରିବାର ଲୋକେ ଜାଣି ପାରି ଡାକ୍ତରଖାନାରେ ଭର୍ତି କରି ଚିକିତ୍ସା କରିଥିଲେ। ସେଠାରୁ ସେ ସୁସ୍ଥ ହୋଇ ଘରକୁ ଫେରି ଥିଲେ। ହେଲେ ଆଜି ବେକରେ ରଶି ଦେଇ ଆତ୍ମହତ୍ୟା କରିଛିନା କିଏ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି ତାହା ଅସ୍ପଷ୍ଟ ରହିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହାକୁ ନେଇ ମହିଳାଙ୍କ ବାପା ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ଲାଞ୍ଜିଗଡ଼ ପୁଲିସ ଶବ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଆଜି ସନ୍ଧ୍ୟା ହୋଇ ଯିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରିନାହିଁ।ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଲାଞ୍ଜିଗଡ଼ ପୋଲିସ ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.