ବ୍ୟାଙ୍କ ଓ ଜନସେବା କେନ୍ଦ୍ରରେ ସୁଭଦ୍ରା ଭିଡ; ତ୍ରାହି ତ୍ରାହି ଡାକୁଛନ୍ତି ସାଧାରଣ ଗ୍ରାହକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଜନ୍ମ ଦିନ ସେପ୍ଟେମ୍ବର ୧୭ ରେ ବଟନ ଦବାଇ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଆବେଦନ କରିଥିବା ୨୫ ଲକ୍ଷ ଯୋଗ୍ୟ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୦୦୦ ଲେଖାଏଁ ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏ ନେଇ ଗତ ୧୭ରେ ଭୁବନେଶ୍ୱରରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭର୍ଚ୍ଚୁଆଲ ମୋଡରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଓଡିଶା ବାସୀଙ୍କୁ ଉଦବୋଧନ ଦେବା ସହ ସୁଭଦ୍ରା ଯୋଜନାରେ ଟଙ୍କା ପୈଠ କରିଥିଲେ। ଓଡିଶାର ୩୧୪ ଗୋଟି ବ୍ଲକରେ ପ୍ରଧାନ ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫରେନସିଂ ଜରିଆରେ ଦେଖିଥିଲେ ଜନସାଧାରଣ। ୨୧ ରୁ ୬୦ ବର୍ଷ ବୟସର ୭୨ ଲକ୍ଷ ମହିଳା ଏହି ଯୋଜନାରେ ଆବେଦନ କରିଥିବା ବେଳେ ଗତ ୧୭ ରେ ୨୫ ଲକ୍ଷ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ଟଙ୍କା ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ।

Omkar Vasthu
Omkar Vasthu

ଗତ ସେପ୍ଟେମ୍ବର ୫ ରୁ ଅଙ୍ଗନୱାଡି କର୍ମିମାନେ ଘରଘର ବୁଲି ଆବେଦନ ପାଇଁ ମହିଳାଙ୍କୁ ଫର୍ମ ପ୍ରଦାନ କରିଥିଲେ। ସେପ୍ଟେମ୍ବର ୧୨ ରୁ ଫର୍ମ ଗ୍ରହଣ କରାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଞ୍ଚଳର ବିଭିନ୍ନ ଜନସେବା କେନ୍ଦ୍ର, ପିୟୁପି ସେଣ୍ଟର ଗୁଡିକରେ ଅନ ଲାଇନରେ ଆବେଦନ, ଆଧାର ଲିଙ୍କ ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ସେଣ୍ଟର ଗୁଡିକରେ ଦିନରାତି କାମ ଚାଲିଥିଲା। ଗତ ୧୭ ରେ ଟଙ୍କା ପଡିବା ପରେ ୧୮ ରୁ ବ୍ୟାଙ୍କ, ଜନସେବା କେନ୍ଦ୍ର, ଗ୍ରାହକ ସେବା କେନ୍ଦ୍ର ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଏବେ ସୁଭଦ୍ରା ମାନେ ନିଜ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଗୁଡିକରେ ସକାଳୁ ସଂଧ୍ୟା ଯାଏଁ ଲାଇନ ଲଗାଉଥିବା ଦେଖିବାକୁ ମିଳୁଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି କ୍ରମରେ ନର୍ଲାରେ ରହିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ଇଣ୍ଡିଆ ନର୍ଲା ଶାଖାରେ ସୁଭଦ୍ରା ମାନଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଛି। ବ୍ୟାଙ୍କ ଗୁଡିକର ନିତ୍ୟ ପ୍ରତ୍ୟହ ଗ୍ରାହକ ମାନେ ବ୍ୟାଙ୍କ କାମ ପାଇଁ ଆସି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି। ଏହାବାଦ ପ୍ରବଳ ସଂଖ୍ୟାରେ ବ୍ୟାଙ୍କରେ ସୁଭଦ୍ରାଙ୍କ ଭିଡ ଯୋଗୁଁ ନର୍ଲା ମୁଖ୍ୟ ରାଜରାସ୍ତା ଉପରେ ବ୍ୟାଙ୍କ ସାମାନାରେ ହଜାର ହଜାର ସଂଖ୍ୟାରେ ବାଇକ ପାର୍କିଂ ଯୋଗୁଁ ନାହିଁ ନଥିବା ଟ୍ରାଫିକ ସମସ୍ୟା ଉପୁଜିଥିବା ଦେଖିବାକୁ ମିଳୁଛି। ସାଧାରଣ ଗ୍ରାହକ ତ୍ରାହି ତ୍ରାହି ଡାକିବା ସହ ବ୍ୟାଙ୍କରେ କେବେ ଥମିବ ସୁଭଦ୍ରା ଗ୍ରାହକଙ୍କ ଭିଡ ବୋଲି ଚିନ୍ତା ପ୍ରକଟ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.