ପୁଣି ଲାଞ୍ଜିଗଡ ଏସଏସଡ଼ି ସ୍କୁଲ ହଷ୍ଟେଲ ଛାତ୍ରକୁ ଅଣ ଛାତ୍ରଙ୍କ ଆକ୍ରମଣ

ସ୍କୁଲ କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ଭୟରେ ଛାତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ସ୍ଥିତ ଏସ୍ଏସଡି ଉଚ୍ଚ ମାଧ୍ୟମିକ ସ୍କୁଲରେ ଗୋଟିଏ ପରେ ଗୋଟିଏ ବିବାଦ ଦେଖିବାକୁ ମିଳିଛି। ଗତ ରାତିରେ ସ୍କୁଲ ପରିସରରେ ପଶି ଯୁକ୍ତ-୨ରେ ଅଧ୍ୟୟନ କରୁଥିବା ହଷ୍ଟେଲ ଛାତ୍ରଙ୍କୁ ଅଣ ଛାତ୍ରଙ୍କ ଆକ୍ରମଣକୁ ନେଇ ଛାତ୍ର ମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏନେଇ ଅଭିଭାବକ ମହଲରେ ଅସନ୍ତୋଷ୍ଟ ପ୍ରକାଶ ପାଇଛି। ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଏକ ଭୟର ବାତାବରଣ ଦେଖା ଦେଇଛି। ସୂଚନା ଅନୁସାରେ ଲାଞ୍ଜିଗଡ଼ ଠାରେ ଥିବା ସରକାରୀ ଏସଏସଡି ସ୍କୁଲରେ ଯୁକ୍ତ-୨ରେ ଅଧ୍ୟୟନ କରୁଥିବା ଏସଟି ଏସସି ଛତ୍ରଙ୍କ ପାଇଁ ହଷ୍ଟେଲ ସୁବିଧା ରହିଛି। ଏଠାରେ ପ୍ରାୟ ୨୦୦ ଶହରୁ ଅଧିକ ଛାତ୍ର ରହି ବିଜ୍ଞାନ ଓ ବାଣିଜ୍ୟରେ ଅଧ୍ୟୟନ କରୁଛନ୍ତି।ହେଲେ ମଙ୍ଗଳବାର ରାତି ୮ ଘଣ୍ଟା ସମୟରେ ୨ ଅଣ ଛାତ୍ର ସ୍କୁଲ ପରିସରରେ ପଶି ହଷ୍ଟେଲକୁ ଯାଇ ବାତେଲିମା ପଞ୍ଚାୟତ ବାଣିପଙ୍ଗା ଗାଁର ହଷ୍ଟେଲରେ ରହୁଥିବା ଛାତ୍ର ତରୁଣ ମାଝୀଙ୍କୁ ଡାକି ଏପଟୁ ସେପଟୁ ବିଭିନ୍ନ କଥା କହି ଆକ୍ରମଣ କରିଛନ୍ତି।ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଏକ ଭୟର ବାତାବରଣ ଦେଖା ଦେଇଛି।ସେହିପରି ଗତ ମାସ ୨୮ ତାରିଖରେ ଅଣ ଛାତ୍ରମାନେ ହଷ୍ଟେଲ ପରିସରରେ ପଶି ହଷ୍ଟେଲ ପିଲାଙ୍କୁ ଧମକ ଦେଇଥିଲେ। ଯାହା ଫଳରେ ଛାତ୍ର ଭୟରେ ହଷ୍ଟେଲ ଛାଡି ଘରକୁ ପାଲାଇଥିଲେ। ସେହିପରି ଗତ କିଛି ଦିନ ତଳେ ଅନ୍ୟ ଜଣେ ମଦନପୁର ରାମପୁରର ଛାତ୍ର ଯୁଗଳ କିଶୋର ଭୋଇ ହଷ୍ଟେଲ ଛାଡି ଘରକୁ ପଲାଇଥିବା ଛାତ୍ରଙ୍କ ଠାରୁ ସୂଚନା ମିଳିଛି। ଅଣ ଛାତ୍ର ସ୍କୁଲ ପରିସରରେ ପଶିବା ଓ ଛତ୍ରଙ୍କୁ ମାଡ଼ ମାରିବା ପରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାବ୍ୟତୀତ ପୂର୍ବରୁ ସ୍କୁଲର ଲ୍ୟାବ୍ ଟେକ୍ନିସିଆନ ଭବାନୀ ଶଙ୍କର ଦାସ ଛାତ୍ରଛାତ୍ରୀଙ୍କୁ ମାଡ ମାରିବା, ଟଙ୍କା ଆଦାୟ କରିବା, ଅଭିଯୋଗ କଲେ ସ୍କୁଲରୁ ବାହାର କରିଦେବି ବୋଲି ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ଆଣି ତାଙ୍କ ବଦଳି ଦାବିରେ ଅଗଷ୍ଟ ୨୩ ତାରିଖରେ ରାସ୍ତା ଅବରୋଧ କରିଥିଲେ ଛାତ୍ରଛାତ୍ରୀ। ଏହାପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ପିଏ ଆଇଟିଡିଏ ରାମକୃଷ୍ଣ ଗଣ୍ଡ, ଲାଞ୍ଜିଗଡ଼ କୁଟିଆ କାନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଶରତ ଚନ୍ଦ୍ର ସାହୁ, ବ୍ଳକ ମଙ୍ଗଳ ଅଧିକାରୀ ପଙ୍କଜ ବଳିଆର ସିଂ, ବ୍ଳକ ସହକାରୀ ନିର୍ବାହି ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ଲାଞ୍ଜିଗଡ ଥାନା ଏସଆଇ ଲିଙ୍ଗରାଜ ସେଠି ଘଟଣା ସ୍ଥଳେ ପହଞ୍ଚି ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ଲ୍ୟାବ୍ ଟେକ୍ନିସିଆନ ଭବାନୀ ଶଙ୍କର ଦାସଙ୍କ ବିରୁଦ୍ଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତାଙ୍କୁ ଦୁଇ ଦିନ ମଧ୍ୟରେ ବଦଳି କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ଧାରଣାରୁ ଓହରି ଥିଲେ।ଏହି ଘଟଣା ଅନୁସନ୍ଧାନ ପାଇଁ ଜିଲ୍ଲା ଆଦିବାସୀ ସଂଗଠନର କର୍ମକର୍ତ୍ତାମାନେ ଅଗଷ୍ଟ ୨୭ ତାରିଖରେ ଲାଞ୍ଜିଗଡ଼ ଏସଏସଡି ସ୍କୁଲକୁ ଗସ୍ତ କରି ଯୁକ୍ତ-୨ ଅଧ୍ୟକ୍ଷ ନିହାରକାନ୍ତ ବିଶ୍ଵାଳ,ଛାତ୍ରଛାତ୍ରୀ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବା ପରେ ସ୍କୁଲର ବିଭିନ୍ନ ସମସ୍ୟା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ।ଏହା ବ୍ୟତୀତ ଲ୍ୟାବ୍ ଟେକ୍ନିସିଆନ ଶ୍ରୀ ଦାସଙ୍କୁ ବଦଳି ପାଇଁ ଛାତ୍ରଛାତ୍ରୀ ଜିଦ ଧରିଥିଲେ। କିନ୍ତୁ ଘଟଣା ଘଟି ଆଜିକୁ ୨୫ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଶ୍ରୀ ଦାସଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବିଭାଗୀୟ ଅଧିକାରୀ କାର୍ଯ୍ୟକଳାପକୁ ନେଇ ସନ୍ଦେହ ସୃଷ୍ଟି କରୁଛି। ଏନେଇ ସ୍କୁଲ ଅଧ୍ୟକ୍ଷ ନିହାରକାନ୍ତ ବିଶ୍ୱାଳଙ୍କୁ ପଚାରିବାରୁ ଛାତ୍ର କିମ୍ବା ତାଙ୍କ ଦାଇତ୍ଵରେ ଥିବା ଶିକ୍ଷକ ମୋତେ ଜଣାଇ ନାହାଁନ୍ତି। ମୁଁ ତଦନ୍ତ କରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବି ବୋଲି ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.