ଅପାମରା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ବୈଠକ

ଓଡ଼ିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ସରକାରୀ ପ୍ରାଥମିକ ବିଦ୍ୟାଳୟ ଅପାମରାରେ ଚତୁର୍ଥ କ୍ଲଷ୍ଟରସ୍ତରୀୟ ବୈଠକ ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଡବନ୍ଧ କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକ ଏବଂ ଏଫ.ଏଲ.ଏନ ଶିକ୍ଷକମାନେ ଯୋଗଦେଇଥିଲେ। ସିଆରସିସି ଜଗଦୀଶ ପଧାନ ଆର୍.ପି ଭାବେ ଯୋଗଦେଇ ଶିକ୍ଷକମାନଙ୍କୁ ତାଲିମ ଦେଇଥିଲେ। ପ୍ରଧାନଶିକ୍ଷକ ଦେବାନନ୍ଦ ନିଷାଦ, ହୋଲେଶ୍ଵର ଧରୁଆ, ଅଶ୍ଵିନୀ ନାଏକ, ଲୁଚନ ଛତ୍ରିଆ, ପ୍ରମୁଖ ଯୋଗଦେଇଥିଲେ। 

ଏଥିରେ ସହକାରୀ ଶିକ୍ଷକ ପଦ୍ମଲୋଚନ କୁମ୍ଭାର, ମଧୁମିତା ଅଲତିଆ, ଦିଲିପ ପଧାନ, ଅରବିନ୍ଦ ପଧାନ, ଜ୍ୟୋସ୍ନା ଷାଣ୍ଢ, ଜ୍ୟୋତିଲାଲ ସାହୁ, ସୁଶାନ୍ତ ସାହୁ, ସସ୍ମିତା ସେଠ, ମଧୁସୂଦନ ଭୋଇ, ବିନାୟକ ଥନାପତି, ଆଲୋକିନି ପଧାନ, ସୁଜିତ କୁମାର ମିଶ୍ର, ବବିତା କୁମ୍ଭାର ପ୍ରମୁଖ ଯୋଗଦେଇଥିଲେ। ଶେଷରେ କୈଳାସ ଚନ୍ଦ୍ର ଭୋଇ ଧନ୍ଯବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.