ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପକ୍ଷରୁ ମାଗଣା ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ) ଶାସ୍ତ୍ରୀ ନଗର ପକ୍ଷରୁ ଶାସ୍ତ୍ରୀ ନଗର ପ୍ରହରୀ ମଣ୍ଡପ ଠାରେ ସ୍ଥାନୀୟ ଯୁବ ସ୍ବେଛାସେବୀ ମାନଙ୍କ ସହାୟତାରେ ଆଜି ଏକ ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରେ ସର୍ବମୋଟ ଶହେ ସତୁରି (୧୭୦) ରୁ ଉର୍ଦ୍ଧ ବିଭିନ୍ନ ବର୍ଗ ର ରୋଗୀ ଯଥା ଉଚ୍ଚ ରକ୍ତ ଚାପ, ମଧୁମେହ, କେନସର, ଥାଇରଏଡ଼ ଜନିତ ରୋଗ ର ଚିକିତ୍ସା ଓ ପରାମର୍ଶ ଇତ୍ୟାଦି ର ସୁବିଧା ପାଇଥିଲେ। ଏହି ଅବସରରେ ରୋଗୀ ମାନେ ନିଜକୁ ଚିକିତ୍ସା ତଥା ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଏଭଳି ସ୍ୱାସ୍ଥ୍ୟ ଶିବିର ଆହୁରି ଅନେକ କରିବା ପାଇଁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅନୁରୋଧ କରିଥିଲେ।

ଏହି ସ୍ୱାସ୍ଥ୍ୟ ଶିବିରରେ ବଲାଙ୍ଗିର ଦାଇତ୍ୱରେ ଥିବା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଦିବ୍ୟ କିଶୋର ପତିଙ୍କ ପରାମର୍ଶ କ୍ରମେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅତିରିକ୍ତ ମ୍ୟାନେଜର (APM) ଶ୍ରୀ ରାମାନୁଜ ପଣ୍ଡା, ନେସନାଲ ପିସ ୟୁନିସନ ତଥା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ଦେଶକ ଓ ଚେୟାରମ୍ୟାନ ଶ୍ରୀ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ା ସତ୍ୟ ନାରାୟଣ ସାହୁ, ଡ଼ା ଅଙ୍କିତ ପଣ୍ଡା, ଡ଼ା ଅର୍ଜିତ ମହାନ୍ତି ଏହି ଶିବିରକୁ ଏକ ସଫଳ ଚିକିତ୍ସା ଶିବିର ବୋଲି କହିବା ସହ ସ୍ୱାସ୍ଥ୍ୟ ହିଁ ସମ୍ପଦ ବିଷୟ ବସ୍ତୁ ଉପରେ ମତବ୍ୟକ୍ତ କରିଥିଲେ।

ଉପରୋକ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫ ରୁ ଇପ୍ସିତା ମହାନ୍ତି (ଫିଜିଓଥରାପିଷ୍ଟ) ନମ୍ରତା ମିଶ୍ର (ନିଉଟ୍ରିସନାଲିଷ୍ଟ ) ଖୁସିରାମ ସୁନା , ରୋନି ବଗର୍ତି, ଜୁଲି ତାଣ୍ଡି , ଅସିତ ଆନନ୍ଦ , ବିରୁପାକ୍ଷ ଥନାପତି, ବିପିନ ବିହାରୀ ସେଟ, ଅଞ୍ଜଳି ନାଗ, ନିକୁଞ୍ଜ ପଟେଲ, ଦୀପାଞ୍ଜଳି ଖମାରି ଆଶା ଦିଦି, ମଣିଭଦ୍ର ବେହେରା,‌ଇତ୍ୟାଦି ସଭ୍ୟ ସଭ୍ୟା ଯୋଗଦାନ କରି ସ୍ୱାସ୍ଥ୍ୟ ଶିବିର କୁ ପରିଚାଳନା କରାଇଥିବା ବେଳେ ସାମାଜିକ କର୍ମୀ ସୁଶୋଭିତା ଗୁରୁ ସଭ୍ୟଗଣ ଓ ଅନ୍ୟ ସ୍ଥାନୀୟ ଯୁବକ ସଂଘ ସଭ୍ୟ ଗଣ ଗଙ୍ଗାଧର ମାଝୀ, ରାଧେଶ୍ୟାମ ବିଶି,ଶ୍ରୀ ଚମ୍ପେ ଦୋରା, ଦେବାଶିଷ ଲେଙ୍କା ପ୍ରମୁଖ ଏହି ଶିବିରକୁ ସମ୍ପୂର୍ଣ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.