ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ତାଙ୍କ ଜନ୍ମ ଦିନରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦୀ ଓଡ଼ିଶା ଆସି ଶୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ତରଫରୁ ସପ୍ତାହ ବ୍ୟାପି ମୋଦୀ ଜୀଙ୍କ ଜନ୍ମ ସପ୍ତାହ ପାଳନ ଚାଲିଛି। ଏହା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଯାଏଁ ଚାଲିବ ବୋଲି ଜଣା ପଡିଛି। ଏହି କ୍ରମରେ ନର୍ଲା ବିଜେପି ତରଫରୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟଦେବ ସାହୁଙ୍କ ନେତୃତ୍ୱରେ ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ, ମନ୍ମୟ ଚାନ୍ଦ (ଜିତୁ), ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ସରୋଜ ବୁଦ୍ଧିଆ, ଲକ୍ଷ୍ମଣ ଦୀପଙ୍କ ସମେତ ୨୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଏଥିରେ ସାମିଲ ହୋଇ ନର୍ଲା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ କରିଥିଲେ। ନର୍ଲା ବିଜେପିର ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି।