ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ସାମ୍ବାଦିକ ନିରଞ୍ଜନ ଗଉଡ (ବୁଲୁ)ଙ୍କ ଘର ବଗିଚାରେ ପୁଣିଥରେ ଫୁଟିଛି ବ୍ରହ୍ମ କମଳ। ଶନିବାର ରାତିରେ ଏହି ପୁଷ୍ପ ଫୁଟିବାପରେ ପରିବାରବର୍ଗ ଦୀପ ପ୍ରଜ୍ଜ୍ୱଳନ କରି ପୂଜାର୍ଚ୍ଚନା କରିଥିଲେ। ଏହା ପୂର୍ବରୁ ଗତ ଅଗଷ୍ଟ ୧୨ ତାରିଖରେ ନିରଞ୍ଜନଙ୍କ ବଗିଚାରେ ବ୍ରହ୍ମ କମଳ ଫୁଟିଥିଲା। ଏହି ଚାରା ତାଙ୍କୁ ବ୍ରହ୍ମପୁରର ତାଙ୍କ ଶାଶୁ ଦେଇଥିଲେ ବୋଲି ପ୍ରକାଶ କରିଛନ୍ତି ନିରଞ୍ଜନ ଗଉଡ।