ଦୁର୍ଗରେ ସିବିଏସ୍‌ଇ ଜୋନ୍ ସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା: କଳାହାଣ୍ଡିକୁ ୩ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୧ କାଂସ୍ୟ ପଦକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଛତିଶଗଡ଼ ରାଜ୍ୟର ଦୁର୍ଗ ଅଞ୍ଚଳର ରୁଙ୍ଗଟା ଡିଏଭି ପବ୍ଲିକ ସ୍କୁଲରେ ଗତ ସେପ୍ଟେମ୍ବର ୨୦ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ସିବିଏସ୍‌ଇ ଜୋନ୍‌ ସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ୨ ତୀରନ୍ଦାଜୀ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ବିଭିନ୍ନ ବର୍ଗରେ ୩ଟି ସ୍ବର୍ଣ୍ଣ,୨ ରୌପ୍ୟ, ୧କାଂସ୍ୟ ପଦକ ହାସଲ କରି କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଅଣ୍ଡର-୧୭ ଇଣ୍ଡିଏନ୍ ରାଉଣ୍ଡରେ କ୍ଷୀରୋଧ କୁମାର ୩୦ ମିଟର,୪୦ ମିଟର ଓ ଓଭରାଲରେ ୩ ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଅଣ୍ଡର-୧୪ରେ ରିକକ୍ ରାଉଣ୍ଡରେ ଓଁମକାର ମାଝୀ ୬୦ ମିଟରରେ ୧ରୌପ୍ୟ, ୧ କାଂସ୍ୟ ଓ ଓଭରାଲ ରେ ୧ ରୌପ୍ୟ ପଦକ ହାସଲ କରିଛନ୍ତି। ତୀରନ୍ଦାଜୀ କୋଚ୍ ସୀମାଞ୍ଚଳ କାଟ୍ରାକା ଓ ଟିମ ମ୍ୟାନେଜର ଗଜାଧର ପଟେଲଙ୍କ ନେତୃତ୍ବରେ ଏହି ୨ ପ୍ରତିଯୋଗୀ ଜୋନ୍ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଲାଞ୍ଜିଗଡ ଡିଏଭି ଆନ୍ତର୍ଜାତିୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଖେଳାଳି କୋଚ୍ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.