ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପଛୁଆ ଜାତି ଜନଗଣନା, ଶିକ୍ଷା, ଚାକିରି ଓ ରାଜନୀତି କ୍ଷେତ୍ରରେ ଆରକ୍ଷଣ ଦେବାପାଇଁ ପଛୁଆବର୍ଗ ଜନଜାଗରଣ ମଞ୍ଚ କଳାହାଣ୍ଡି ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଓବିସି ମଞ୍ଚ ଜ଼ିଲ୍ଲା ସଂଯୋଜକ ଡାକେଶ୍ୱର ଲହଜଲଙ୍କ ନେତୃତ୍ୱରେ କଳାହାଣ୍ଡି ଜ଼ିଲ୍ଲା ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ସଭାପତି ଆଦିତ୍ୟ ହଂସ ଯାଦବ, ସମାଜସେବୀ ସୁରେଶ ରାଓ, ଉତ୍କଳ ଯାଦବ ମହାସଭା ସାଧାରଣ ସମ୍ପାଦକ କୀର୍ତ୍ତନ ନାୟକ, ପାଇକ ସମାଜରୁ ପ୍ରସନ୍ନ ରାଉତ, ଯାଦବ ସମାଜରୁ ନରହରୀ ବାଗ, ସମୀପ ବେହେରା, କୀର୍ତ୍ତି ଗଉଡ଼ ଓ ତୁଳମାଣୀ ନାଗ, କମଲ ବାଗ ପ୍ରମୁଖ କଳାହାଣ୍ଡି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।