ଟୋଲବ୍ରହ୍ମଣୀ ମହିମା ଆଶ୍ରମରେ ‘ମନ୍ କି ବାତ୍’ ଓ ‘ନୂଆଖାଇ ଭେଟଘାଟ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଟୋଲବ୍ରାହ୍ମଣୀ ସ୍ଥିତ ସିଦ୍ଧ ରତ୍ନ କୁଟିର ମହିମା ଆଶ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ସିଧା ପ୍ରସାରଣ କାର୍ଯ୍ୟକ୍ରମ ସହ ‘ନୂଆଖାଇ ଭେଟଘାଟ’ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

ସିଦ୍ଧ ରତ୍ନ କୁଟିର ମହିମା ଆଶ୍ରମରେ ପରିଚାଳକ ବୈଦ୍ୟରାଜ ପବିତ୍ର ଶବରଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ, ବ୍ରହ୍ମ ଅବଧୁତ ଭଗବାନ ବାବା, ମନ୍ କି ବାତ୍ କଳାହାଣ୍ଡି ଜିଲ୍ଲା ସଂଯୋଜିକା ସନ୍ତୋଷିନି ପାତ୍ରଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସୀନ ଥିଲେ। ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ପରେ ‘ନୂଆଖାଇ ଭେଟଘାଟ’ ଅନୁଷ୍ଠିତ ହୋଇଥିଲା। ଆୟୋଜକ ବୈଦ୍ୟରାଜ ପବିତ୍ର ଶବର ସମସ୍ତ ଅତିଥିଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସରିଆଁ ହାଇସ୍କୁଲର ପ୍ରଧାନଶିକ୍ଷକ ସାଧୁରାମ ଭୋଇ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ଖିରସିନ୍ଧୁ ସାହୁ। ଏଥିରେ ଅଞ୍ଚଳର ଅନେକ ଜନସାଧାରଣଙ୍କ ସମେତ ନେତୃସ୍ଥାନୀୟ ବ୍ୟକ୍ତି ଏବଂ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଉପସ୍ଥିତ ଥିଲେ। ଯୁବନେତା ସୁରେଶ ଚନ୍ଦ୍ର ଭୋଇ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ଶୁଶ୍ରୀ ରୀନା ଭୋଇ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ସମାଜସେବୀ ଚନ୍ଦ୍ରଶେଖର ଶବର, ଯୁବ ନେତୃତ୍ବ ଲିଙ୍ଗରାଜ ଶବର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଟୁକୁଲାଲ ଶବର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.