ବିଶ୍ବନାଥପୁର-ବିଜେପୁର ରାସ୍ତାରେ ଫସିଲା ଟ୍ରଲର: ଯାତାୟତ ବାଧାପ୍ରାପ୍ତ, ଯାତ୍ରୀ ହନ୍ତସନ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାରେ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାକୁ ନେଇ ବିଭିନ୍ନ ସମୟରେ ଅନେକ ଚର୍ଚ୍ଚା ହେଉଛି। ଯେଉଁ ଅଞ୍ଚଳରେ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଯାଇଛି ନିମ୍ନମାନର କାମକୁ ନେଇ ଅଭିଯୋଗ ପରେ ଅଭିଯୋଗ ହେଉଛି ହେଲେ କର୍ଣ୍ଣପାତ କରୁନାହିଁ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ। ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅନେକ ରାସ୍ତା କାମ ହେଇଛି ହେଲେ ନିମ୍ନମାନର କାମ ଯୋଗୁଁ ଅଞ୍ଚଳବାସୀଙ୍କ ପାଇଁ ଯମଦଣ୍ଡ ସଦୃଶ ସେଇ ରାସ୍ତା। ସେହି ରାସ୍ତା ମଧ୍ୟରୁ ଅନ୍ୟତମ ହେଉଛି ଲାଞ୍ଜିଗଡ଼ରୁ ବିଶ୍ଵନାଥପୁରକୁ ସଂଯୋଗ କରୁଥିବା ଏହି ରାସ୍ତା। ତେବେ ଆଜି କୈଲ୍ୟାଣସିଂପୁରରୁ ବିଶ୍ଵନାଥପୁରକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଏକ ଟ୍ରଲର ଦବି ଯାଇଥିବାରୁ ଦିର୍ଘ ପାଞ୍ଚ ଘଣ୍ଟା ହେଲା ଯାତାୟାତ ସମ୍ପୁର୍ଣ୍ଣ ଠପ ହୋଇଥିବା ବେଳେ ନାହିଁ ନଥିବା ସମୁଖୀନ ହେଉଛନ୍ତି ଯାତ୍ରି। ବିଭାଗୀୟ ଅଧିକାରୀଙ୍କ ଇଛାଶକ୍ତିର ଅଭାବରୁ ଏହି କାମ ଠିକ୍ ଭାବରେ ହେଇପାରୁନାହି। କେବଳ ବିଶ୍ଵନାଥପୁର କଥା ନୁହଁ ବିଶ୍ଵନାଥପୁରରୁ ବିଜେପୁରକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟରେ ଥିବା ଡୁମେରମୁଣ୍ଡା ପୋଲ ନିକଟରେ ଥିବା ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତା କାମ ହୋଇ ଛ’ ମାସ ନହେଉଣୁ ରାସ୍ତା ଦବି ଯିବାରୁ କୈାଣସି ଯାନବାହାନ ଠିକ୍ ଭାବରେ ଯାତାୟାତ କରି ପାରୁନାହିଁ ସେହିପରି ଟକଲାସୁର ନିକଟରେ ଥିବା ପୋଲ ନିକଟରେ ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଖାଲଖମାରେ ଭର୍ତ୍ତି ହୋଇଛି ସେହି ରାସ୍ତା। କୁମଖାଲ ସରପଞ୍ଚ ସାନ୍ଦ୍ରୁ ମାଝୀଙ୍କୁ ଅଭିଯୋଗ କରିବାପରେ ତାଙ୍କ ନିଜ ଖର୍ଚ୍ଚରେ ଏକ ଟ୍ରିପ ମରୋମ ପକାଇ ପିଚୁ ରାସ୍ତାକୁ ସମତୁଲ କରିଥିଲେ। ହେଲେ ତାହା ମଧ୍ୟ ଏବେ ଦୟାନିୟ ପରିସ୍ଥିତିରେ। କାହାକୁ ଅଭିଯୋଗ କରିଲେ କେହି ଶୁଣୁନାହାନ୍ତି। ଯନତା, ଜନପ୍ରତିନିଧି କାହାରି ଅଭିଯୋଗକୁ ବୃକ୍ଷେପ କରୁନାହାନ୍ତି ବିଭାଗୀୟ ଯନ୍ତ୍ରୀ। ତେବେ ମୂଷାନାଲ ରାସ୍ତା ନକହିବା ଭଲ ଏହି ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଲୋକେ ବହୁ କଷ୍ଟରେ ଯାତାୟାତ କରୁଛନ୍ତି। ଅଭିଯୋଗ ପରେ ଅଭିଯୋଗ ହେଉଥିଲେ ଶୁଦ୍ଧା ଦେଖ ଶୁଣ ଚୁପରୁହ ନିତି ଅବଳବନ କରୁଛି ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ବର୍ତ୍ତମାନ ମରଣଯନ୍ତା ପାଲଟିଛି ବିଶ୍ଵନାଥପୁରୁ ମୂଷାନାଳକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା। ବ୍ଲକ ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ଠାରୁ ଆରମ୍ଭ କରି ଜିଲ୍ଲା ଅଭିଯୋଗ ଶୁଣାଣୀ, ବିଧାୟକ ଓ ସାଂସଦଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି। ଏହି ରାସ୍ତା ଦେଇ ଅନେକ ପଦାଧିକାରୀ ଯାଉଥିବା ବେଳେ ଏରାସ୍ତା ପ୍ରତି କାହିଁକି ତାଙ୍କର ଦୃଷ୍ଟି ପଡ଼ୁନାହିଁ ତାହା ବିରାଟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ ପାଇଁ ଫୋନ କରିଥିଲେ ଶୁଦ୍ଧା ଫୋନ ଉଠାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.