ବହିକୁ ଭୁଲି ଇଣ୍ଟରନେଟ୍ ମାୟାରେ ପଡ଼ିବା ଘୋର ଅପସଂସ୍କୃତି :ଲେଖାଶ୍ରୀ

‘ବିଦ୍ୟାଭାରତୀ ପୁସ୍ତକ ସପ୍ତାହ-୨୦୨୪’ର ୬ଷ୍ଠ ସନ୍ଧ୍ୟା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବହି ମଣିଷକୁ ଓ ସମାଜକୁ ସୁସଂସ୍କୃତ କରାଏ, ବହି ମଣିଷକୁ ସମୃଦ୍ଧ ବି କରାଏ। ବହି ଠାରୁ ବଡ଼ ବନ୍ଧୁ କେହି ନାହିଁ। କିନ୍ତୁ ବହିକୁ ଛାଡି ମଣିଷ ଇଣ୍ଟରନେଟର ମାୟାରେ ପଡ଼ିଛି। ଏହା ହିଁ ଏ ସମୟର ସବୁଠୁ ବଡ଼ ବିଡ଼ମ୍ଵନା ଏବଂ ଅପସଂସ୍କୃତିର ପରିଚାୟକ ବୋଲି ‘ବହିଘର-ବିଦ୍ୟାଭାରତୀ’ ଆୟୋଜିତ ‘ବିଦ୍ୟାଭାରତୀ ପୁସ୍ତକ ସପ୍ତାହ:୨୦୨୪’ର ୬ଷ୍ଠ ସାରସ୍ବତ ସନ୍ଧ୍ୟାର ମୁଖ୍ୟ ଅତିଥି ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ତାଙ୍କ ବକ୍ତବ୍ୟରେ କହିଥିଲେ।

ଆଜିମାବାଦସ୍ଥିତ ବହିଘର ଲାଇବ୍ରେରୀର ସଭାଗୃହରେ ୨୯ ତାରିଖ ସନ୍ଧ୍ୟାରେ ବିଦ୍ୟାଭାରତୀର ନିର୍ଦ୍ଦେଶକ ଅଭୟ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କବିତା ସନ୍ଧ୍ୟାରେ ମୁଖ୍ୟବକ୍ତା ଭାବରେ କବି ବିଜୟ ଦାସ ଅଧିକାରୀ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ସୁଦର୍ଶନ ଜେନା, ସମୟର ଚକ୍ରର ସଂପାଦକ ସର୍ବେଶ୍ବର ଜେନା, ବ୍ୟଙ୍ଗକବି ବିଶୁ ବାଦଶାହା, ଅଧ୍ୟାପକ ଦିଲ୍ଲୀପ ପଣ୍ଡା, ଦେବାଶିଷ ପଣ୍ଡା ପ୍ରମୁଖ ଯୋଗ ଦେଇ ପୁସ୍ତକର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । କବି ଯାଦବେଶ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ବହିଘରର ନିର୍ଦେଶିକା ଧନବାଦ ଅର୍ପଣ କରିଥିଲେ ।କବିତା ପାଠକୁ ସଂଯୋଜନା କରିଥିଲେ କବି ଗଗନ ସେଠୀ । ଆରମ୍ଭରେ ଶିଶୁଶିଳ୍ପୀ ସୁହାନି ସାଇ ଜେନା ସ୍ବାଗତ ସଂଗୀତ ଗାଇଥିଲେ । ବ୍ରଜକିଶୋର ପ୍ରଧାନ, ପ୍ରବୀର କମିଳା, କୃଷ୍ଣା ପ୍ରଧାନ, ସୁବ୍ରତା ମହାନ୍ତି, ତୃପ୍ତି ପାତ୍ର, ପଦ୍ମଲୋଚନ ପ୍ରଧାନ, ଆଲୋକ ମହାନ୍ତି, ଅଜିମ୍ ବାଲେଶ୍ବରୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଦେବାଶିଷ ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.