ମା’ ଡୁକ୍ରିଗୁଡ଼ି ମହିଳା ଫାର୍ମରସ ପ୍ରଡ୍ୟୁସର କମ୍ପାନୀର ଚତୁର୍ଥ ବାର୍ଷିକ ସାଧାରଣ ବୈଠକ

ଓଡ଼ିଆ ବାର୍ତ୍ତା/ ଲାଞ୍ଜିଗଡ଼ (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ଖେଳପଡିଆ ଠାରେ ମା’ ଡୁକ୍ରିଗୁଡ଼ି ମହିଳା ଫାର୍ମରସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡର ୪ର୍ଥ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଡିଡିଏମ୍ ମହେଶ୍ଵର ଦାସ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥିଭାବେ ଏଏଚ୍ଓ ଅନନ୍ତ ନାରାୟଣ ପଣ୍ଡା, ବିପିସିଏ ଯୋଗେଶ୍ୱର ଶବର, ବିପିସି ଜାଭେଦ ଖାଁ, ଥୁଆମୁଲ ରାମପୁର ଏପିସି ପ୍ରସନ୍ନ କୁମାର ସିଂ, ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜଳି ମାଝୀ, ଅନେଶ୍ୱେତା, ଦେବାଶିଷ ରାଉତରାୟ, ଜନସାହାଜ୍ୟ ଏପିସି ପ୍ରକଳ୍ପର ପିଏମ୍ ଦେବାଶିଷ ପଣ୍ଡା, ସିସି ପ୍ରମୋଦ କୁମାର ବିଭାର, ତରୁଣ, ସତ୍ୟ ନାରାୟଣ ନାଗ, ପ୍ରାଧାନି ସିଆରପି ଗିରିଧାରୀ ଚଣ୍ଡୀ, ଦୀନବନ୍ଧୁ ଚଣ୍ଡୀ, ଜଗନ୍ନାଥ ହରିଜନ, ଅକ୍ଷୟ ନାଏକ, ରାହାସ ହରିଜନ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

Omkar Vasthu
Omkar Vasthu

କମ୍ପାନୀର ଅଧ୍ୟକ୍ଷ ସୁନିତା ପାତ୍ର, ଡାଇରେକ୍ଟର ଦମୟନ୍ତୀ ସାହୁ, କମଳା ମାଝୀ, ରଶ୍ମିତା ସାହୁ, ମାମି ତାଣ୍ଡି ସିଇଓ ଜୟଶ୍ରୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କମ୍ପାନୀର ବିଗତ ଆର୍ଥିକ ବର୍ଷ ୨୩/୨୪ର ଅଡିଟ୍ ରିପୋର୍ଟ ସର୍ବ ସମ୍ମୁଖରେ ଉପସ୍ଥାପନା କରିଥିଲେ।ସମସ୍ତ ଅଂଶଧନ ନିବେଶ କାରୀଙ୍କ ମଧ୍ୟରୁ ମୋଟ ୭୫୦ଜଣ ସଦସ୍ୟା ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଉକ୍ତ ବୈଠକରେ ଅଂଶଧନ କାରିଙ୍କ ରୋଜଗାର ବଢ଼ାଇବା ସହ ପରିବାରର ଆର୍ଥିକ ସ୍ଥିତି ସୁଦୃଢ କରିବା, ଚାଷ କାମରେ ଉନ୍ନତ ଓ ଆଧୁନିକ ଯନ୍ତ୍ରାଂଣ ବ୍ୟବହାର କରିବା, ଜୈବିକ ପଦ୍ଧତିର ଚାଷ କରି କିପରି ଅଧିକା ଉପାର୍ଜନ କରିବା ଏବଂ ସେସବୁକୁ ଉଚିତ୍ ମୂଲ୍ୟରେ ବଜାରିକରଣ କରିବା ଉପରେ ବିସ୍ତୃତି ଆଲୋଚନା ହୋଇଥିଲା। ଶେଷରେ ଶ୍ରୀମତୀ ଜୟଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.