ଆଜି ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା ସୁରେଶ୍ଵରୀ

ସୋନପୁରରେ ମା ଭଗବତୀ ଓ ମା ଦୂର୍ଗାଙ୍କ ଅପରାଜିତା ବେଶ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ର ଇଷ୍ଟ ଦେବୀ ମା ସୁରେଶ୍ଵରୀ ଙ୍କ ପୀଠରେ ପବିତ୍ର ବିଜୟା ଦଶମୀ ତିଥି ଅବସରରେ ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ରାଜ ରାଜେଶ୍ୱରୀ ବେଶ ରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମନ୍ଦିରରେ ନବଦିନ ବ୍ୟାପୀ ଚାଲି ଥିବା ଚଣ୍ଡୀ ମହା ଯଜ୍ଞର ବେଳାରେ ପୂର୍ଣ୍ଣାହୂତି ଆରତୀ, ପୁଷ୍ପାଞ୍ଜଳି ସହ କଳସ ବିସର୍ଜନ ପରେ ପ୍ରସାଦ ସେବନରେ ସମାପ୍ତ ହୋଇଯାଇଛି। ସେହିପରି ସହରର ସର୍ବ ପୁରାତନ ମା ଭଗବତୀଙ୍କ ପୀଠରେ ଓ ଗଡଭିତର ସ୍ଥିତ ଦୂର୍ଗା ମନ୍ଦିରରେ ଆଜି ଅପରାଜିତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ ଓ ମା ଦୁର୍ଗା। ମା ସୁରେଶ୍ଵରୀଙ୍କ ରାଜ ରାଜେଶ୍ଵରୀ ବେଶ, ମା ଭଗବତୀ ଓ ଦୂର୍ଗାଙ୍କ ଅପରାଜିତା ବେଶ ପାଇଁ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି କମିଟି ତରଫରୁ ବ୍ୟବସ୍ଥା କରାଯାଉଥିବା ଓ ବିଭିନ୍ନ ପ୍ରକାର ମାଙ୍କ ଭୋଗ ବିତରଣ କରାଯିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.