ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର କୁମ୍ଭାରପଡା ସ୍ଥିତ ମାଁ ଭୁବନେଶ୍ୱରୀ ଦେବୀଙ୍କ ପୀଠରେ ପବିତ୍ର ମହା ଅଷ୍ଟମୀରେ ଚଣ୍ଡୀ ଯଜ୍ଞ ଓ ଷୋଡ଼ଶ ପୂଜା ଗତ କାଲି ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବାସିନ୍ଦା, ସୋନପୁର ତଥା ବିଶ୍ଵର କଲ୍ୟାଣ ପାଇଁ ୬ ତମ ବାର୍ଷିକ ଚଣ୍ଡୀ ଯଜ୍ଞ କରାଯାଉଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଏହି ପୀଠରେ ମା ଭୁବନେଶ୍ଵରୀ, ଭଗବତୀ, ସୁରେଶ୍ଵରୀ ଏକା ସାଙ୍ଗରେ ପୂଜା ପାଇ ଆସୁଛନ୍ତି। ଜ୍ୟୋତିର୍ବିଦ ଆଚାର୍ଯ୍ୟ ବ୍ୟାସ ପଣ୍ଡିତ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମହାପାତ୍ର ପୂଜାକାର୍ଯ୍ୟ ସମାପନ କରିଥିବା ବେଳେ କର୍ତ୍ତା ଭାବରେ ସୁନୀଲ ଶତପଥି, ଶ୍ରୀତମ ମହାପାତ୍ର, ଜୟନାରାୟଣ ମହାପାତ୍ର, ମନୋଜ ସାହୁ, ପୁର୍ଣ୍ଣେନ୍ଦ୍ରୁ ପଣ୍ଡା, କାଳିଆ ମିଶ୍ର, ମିଲନ୍ ମିଶ୍ର, ଚନ୍ଦନ ମିଶ୍ର କାର୍ଯ୍ୟ ତୁଲାଇଥିଲେ। ସେହିପରି ଚଣ୍ଡିଯଜ୍ଞ କମିଟିର ଚମୁରୁ ସାହୁ, ଧନି ସାହୁ, ବିବେକାନନ୍ଦ ମିଶ୍ର, ଗୋପାଳ ବରାଇ, ରାଜେଶ ସାହୁ, ସୁରେଶ ତରିଆ, ହରିପ୍ରସାଦ ସାହୁ, ପାଣ୍ଡବ ରଣା, ରାମ ପ୍ରସାଦ ସାହୁ, ଘାସିରାମ ରଣା, ସଂଜୀବ ରଣା ତଥା କୁମ୍ଭାର ପଡା କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ଚଣ୍ଡିଯଜ୍ଞ ଏଥର ଜାକଜମକରେ ତଥା ସୁରୁଖୁରୁରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପଡାର ସମସ୍ତ ଭକ୍ତ ତଥା ସହରର ବହୁ ଭକ୍ତ ଉପସ୍ଥିତ ଥିଲେ।