ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ସାପଲହରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଡରେଇ ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମାଁ ବସ୍ତ୍ରେନଙ୍କ ଛତର ଯାତ୍ରା ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥି ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଛତର ଯାତ୍ରା ଦୀର୍ଘ ୬୦ ବର୍ଷ ଧରି ରୀତି ନୀତି ଅନୁସାରେ ପାଳିତ ହୋଇ ଆସୁଅଛି। ଏହି ଅଞ୍ଚଳର ଶହେରୁ ଉର୍ଦ୍ଧ୍ବ ଗ୍ରାମରୁ ଲୋକେ ନିଜ ନିଜ ମାନସିକ ନେଇ ଆସିଥାନ୍ତି। ଆଗରୁ ମାନସିକ କରି ପୂରଣ ହୋଇଥିବା ମାନସିକ ଧାରୀ ମାନେ ପକ୍ଷୀ, ପଶୁ ବଳି ଦେଇଛନ୍ତି। ଚଳିତ ବର୍ଷ ଶହ ଶହ ସଂଖ୍ୟାରେ ଏହି ଛତର ଯାତ୍ରାରେ ପଶୁ ପକ୍ଷୀ ବଳି ଦିଆଯାଇଥିବା ଦେଖିବାକୁ ମିଳିଥିଲା।