ସୁନାଲରମ୍ଭା, ବାଘପାଲିରେ ଦଶହରା ମହୋତ୍ସବ-୨୦୨୪

ଓଡ଼ିଆ ବାର୍ତ୍ତା/ ଭେଡେନ: ଭେଡେନ ବ୍ଲକ୍ ସ୍ଥିତ ସୁନାଲରମ୍ଭା, ବାଘପାଲିରେ ଅନୁଷ୍ଠିତ ହୋଇଯାଇଛି ଦଶହରା ମହୋତ୍ସବ-୨୦୨୪। ମାଁ ପୂର୍ଣ୍ଣମାସୀ କଳା ପରିଷଦ ଆୟୋଜିତ ଏହି ଉତ୍ସବରେ ପୌରହିତ୍ୟ କରିଥଲେ ଡ଼. ପ୍ରଫୁଲ୍ଲ କୁମାର ମାହାକୁର। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ସୁନାଲରମ୍ଭା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଭାରୀ ଶ୍ରୀ ଅଶୋକ ସୁନା, ସମିତି ସଭ୍ୟା ପ୍ରଭାରୀ ଶ୍ରୀ ସୁମନ୍ତ ପ୍ରଧାନ, ମାଁ ପୂର୍ଣ୍ଣମାସୀ କଳା ପରିଷଦର ନିର୍ଦ୍ଦେଶକ ମଣ୍ଡଳୀ ଶ୍ରୀଯୁକ୍ତ ବ୍ରଜକିଶୋର ପଣ୍ଡା, ଶ୍ରୀଯୁକ୍ତ ବିଜୟ ମାହାକୁର, ଶ୍ରୀଯୁକ୍ତ ବିଜୟ ଭୋଇ ଓ ପରିଷଦର ଅନ୍ୟ ସଦସ୍ୟା ମାନେ। ଉକ୍ତ କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ  କରଯାଇଥିଲା। ବିଶିଷ୍ଟ କବି, ଲେଖାକ, ଐତିହାସିକ ହିସାବରେ ବିଶେଷ ଭାବରେ ସମ୍ମାନିତ ହୋଇଥିଲେ ଶ୍ରୀଯୁକ୍ତ ନାରାୟଣ ଭୋଇ।‌ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ରକ୍ଷକ ହିସାବରେ ସମ୍ମାନିତ ହୋଇଥିଲେ ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ଜ୍ୟୋତିରଂଜନ ମାହାପାତ୍ର, ଶ୍ରୀଯୁକ୍ତ ମୁକୁନ୍ଧ ଷଡ଼ଙ୍ଗୀ ଓ ଶ୍ରୀଯୁକ୍ତ ଲିପନ ହୋତା। ଖେଳ ପାଇଁ ସମ୍ମାନିତ ହୋଇଥିଲେ ଏଭର୍ ଗ୍ରୀନ ସ୍ପୋର୍ଟସ କ୍ଳବ୍, ସୁନାଲରମ୍ଭା, ବାଘପାଲି। ଶିକ୍ଷା କ୍ଷେତ୍ରରେ ସମ୍ମାନିତ ହୋଇଥିଲେ ଶ୍ରୀଯୁକ୍ତ ହିମାଂଶୁ ଶେଖର ମାହାକୁର, ଅଧ୍ୟାପକ, ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡା ଏବଂ ଶ୍ରୀଯୁକ୍ତ ସୋମନାଥ ବଢେଇ, ଶିକ୍ଷକ, ବରପଦର୍ ଅଛାଣ୍ଡ ପାଲି ଆଞ୍ଚଳିକ ନୋଡାଲ ଉଚ୍ଚ ବିଦ୍ୟାଳୟ, ବରପଦର୍। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ମହଲର ବିଭିନ୍ନ କଲାକାର୍ ଯୋଗଦାନ୍ କରିଥିଲେ ତଥା ଭବ୍ୟ ସାଂସ୍କୃତିକ ସନ୍ଧ୍ୟାର ମଧ୍ୟ ଅୟୋଜନ କରଯାଇଥିଲା। ଏହି ଉତ୍ସବକୁ ସାଫାଲ୍ୟ ମଣ୍ଡିତ କରିବାରେ ଅନେକ ବ୍ୟକ୍ତି ବିଶେଷ ପ୍ରତକ୍ଷରେ ପରୋକ୍ଷରେ ସହାୟକ ହୋଇଥିଲେ ଯଥା; ଶ୍ରୀଯୁକ୍ତ ଋତୁପର୍ଣ୍ଣ ମାହାକୁର, ଶ୍ରୀଯୁକ୍ତ ସୁଶିଲ କୁମାର ଧରୁଆ, ଶ୍ରୀଯୁକ୍ତ ଦିଲୀପ କୁମାର ବିଶ୍ବାଳ, ଶ୍ରୀଯୁକ୍ତ ଘନକେତନ ମାହାକୁର, ଶ୍ରୀଯୁକ୍ତ ସୂର୍ୟନାରାୟଣ ପଣ୍ଡା, ଶ୍ରୀଯୁକ୍ତ ସୁଶିଲ କୁମାର ମାହାକୁର, ଶ୍ରୀଯୁକ୍ତ ଡାକ୍ତର ମଲ୍ଲିକ, ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ମାହାକୁର, ଶ୍ରୀଯୁକ୍ତ ଭରତ ଚନ୍ଦ୍ର ମାହାକୁର, ଶ୍ରୀଯୁକ୍ତ ଅକ୍ଷୟ କୁମାର କାହାର, ଶ୍ରୀଯୁକ୍ତ ଇନ୍ଦ୍ର ନାରାୟଣ ପ୍ରଧାନ, ଶ୍ରୀଯୁକ୍ତ ପବନ ମାହାକୁର ଓ ଅନ୍ୟମାନେ। ସମଗ୍ର କାର୍ଯ୍ୟକ୍ରମର ସଂଯୋଜକତା କରିଥିଲେ ଅନୁଷ୍ଠାନର ଶ୍ରୀଯୁକ୍ତ ହିମାଂଶୁ ଶେଖର ମାହାକୁର।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.