ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର୍ ଗ୍ରୁପ୍ ସହାୟତାରେ ଭୁବନେଶ୍ୱରରେ ଦୁଇ ଦିନିଆ ଆନ୍ତର୍ଜାତୀୟ ଉଇକିମିଡ଼ିଆ କର୍ମଶାଳା ଆୟୋଜିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଜିର ଆଧୁନିକ ମୋବାଇଲ୍ ଓ ଇଣ୍ଟରନେଟ୍ ଯୁଗରେ ଉଇକିପିଡ଼ିଆ ଜରିଆରେ ଅନେକ ଜ୍ଞାନ ଆମକୁ ମିଳିପାରୁଛି । ଆମେ ଯାହା ବି ଗୁଗୁଲ୍‌ରୁ ଖୋଜୁଛେ କିମ୍ବା ଏବେ ବିଭିନ୍ନ ଏଆଇ ଦ୍ୱାରା ଜାଣୁଛେ, ତା’ର ଅଧିକାଂଶ ତଥ୍ୟ ଉଇକିପିଡ଼ିଆ ଭଳି ଖୋଲା ଜ୍ଞାନକୋଷରୁ ଆସିଥାଏ । ଭାରତ ବର୍ଷରେ ଉଇକିପିଡ଼ିଆ ସମୁଦାୟ ସ୍ଥିତିକୁ ସୁଦୃଢ଼ କରିବା ତଥା ଉଇକିପିଡ଼ିଆରେ ଅବଦାନ କରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦେଇ ଉଦ୍ଦେଶ୍ୟରେ ଆଗକୁ ବଢ଼ାଇବା ଲକ୍ଷ୍ୟରେ ୨୦୧୩ ମସିହାରୁ ବାଙ୍ଗାଲୋର ସ୍ଥିତ ସିଆଇଏସ୍-ଏଟୁକେ ଦ୍ୱାରା ଆୟୋଜନ ହୋଇ ଆସୁଥିବା ଟ୍ରେନ୍ ଦି ଟ୍ରେନର୍ (TTT)ର ୯ମ ସଂସ୍କରଣ ଦୁଇଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ।

Omkar Vasthu
Omkar Vasthu

ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର୍ ଗ୍ରୁପ୍‌ର ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷର ବିଭିନ୍ନ ଭାଷା ଯଥା, ଓଡ଼ିଆ, ଆହମିୟା, ପଞ୍ଜାବୀ, ସାନ୍ତାଳୀ, ତାମିଲ, ତେଲୁଗୁ, ହିନ୍ଦୀ, ବାଂଲା, ତୁଳୁ, କନ୍ନଡ଼ା, ମରାଠୀ, ମାଲାୟାଲମ ଉଇକିପିଡ଼ିଆରୁ ଏବଂ କମନ୍ସ, ଟେକ୍ ତଥା ଅନ୍ୟାନ୍ୟ ସଂଗଠନରୁ ୩୦ ଜଣ ପ୍ରଶିକ୍ଷଣ ପାଇଁ ଯୋଗ ଦେଇଥିଲେ । ଅକ୍ଟୋବର ୧୮ ତାରିଖ ଦ୍ୱିପ୍ରହରରୁ ଭୁବନେଶ୍ୱର ଆରମ୍ଭ ହୋଇଥିବା ଏହି କର୍ମଶାଳାରେ ପ୍ରଥମେ ସହର ଭ୍ରମଣରେ କଳାଭୂମି ସଂଗ୍ରହାଳୟକୁ ସଭିଏଁ ବୁଲିବାକୁ ଯାଇଥିଲେ ଏବଂ ୧୯ ଓ ୨୦ ତାରିଖରେ ହୋଟେଲ୍ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ୍‌ରେ ଆୟୋଜିତ ଶିବିରରେ ବିଭିନ୍ନ ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇଥିଲା ଏବଂ ଶିକ୍ଷଣ କର୍ମଶାଳାମାନ ଆୟୋଜିତ ହୋଇଥିଲା । ସିଆଇସ୍-ଏଟୁକେ ତରଫରୁ ନିର୍ଦ୍ଦେଶକ ତନବୀର ହାସନ, ପ୍ରୋଗ୍ରାମ ମ୍ୟାନେଜର୍ ପବନ ସନ୍ତୋଷ, ପ୍ରୋଗ୍ରାମ ଅଫିସର୍ ନିତେଶ ଗିଲ୍, ନିବାସ, ସୁବୋଧ କୁଲକର୍ଣ୍ଣି, ମେଦିନୀ ଓ କ୍ରିସ୍ ଯୋଗ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସେହିଭଳି ଓଡ଼ିଆ ଉଇକିଆଳି ମୃତ୍ୟୁଞ୍ଜୟ କର, ଜ୍ଞାନରଞ୍ଜନ ସାହୁ, ଚିନ୍ମୟୀ ମିଶ୍ର, ସଂଗ୍ରାମ କେଶରୀ ସେନାପତି, ଗାୟତ୍ରୀ ତ୍ରିପାଠୀ, ଶୈଳେଶ ପଟ୍ଟନାୟକ, ଅଭିଜିତ ପାତ୍ରୋ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଆୟୋଜନ ତଥା ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଆ ଉଇକିଆଳିମାନେ ଓଡ଼ିଆ ଉଇକିପିଡ଼ିଆ ତଥା ବିଭିନ୍ନ ପ୍ରକଳ୍ପଗୁଡ଼ିକରେ କରିଥିବା କାମ ବିଷୟରେ ଆଲୋକପାତ କରିବା ସହିତ ଅନ୍ୟାନ୍ୟ ଉଇକିଆଳିମାନେ ଯଥା ଡ. ସୁବାସ ଚନ୍ଦ୍ର ରାଉତ, ସୁଭାସିସ ପାଣିଗ୍ରାହୀଙ୍କ ଆଦିଙ୍କ ଦ୍ୱାରା କରାଯାଇଥିବା ଉଲ୍ଲେଖନୀୟ କାର୍ଯୟ ବାବଦରେ ଆଲୋଚନା କରାଯାଇଥିଲା । ୧୯ ତାରିଖ ରାତ୍ରିଭୋଜନରେ ଭୁବନେଶ୍ୱରରେ ରହୁଥିବା ଓଡ଼ିଆ ତଥା ସାନ୍ତାଳୀ ଭାଷାର ଉଇକିଆଳିମାନେ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.