ଚୋରା ଗଞ୍ଜେଇ ଚାଲାଣକୁ ନେଇ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ 

କାର ସହ ୭ ବସ୍ତା ଗଞ୍ଜାଇ ଜବତ : ୨ ଗିରଫଙ୍କୁ କୋର୍ଟ ଚାଲାଣ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ଧରିବାରେ ସଫଳ ହୋଇଛନ୍ତି। ଏ ସଂକ୍ରାନ୍ତରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା, ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏହା କହିଛନ୍ତି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ରାଣୀପେଣ୍ଠ ଗ୍ରାମ ସ୍ଥିତ ଗଜପତି ଏସପିଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜେଇ ଚୋରା ଚାଲାଣ ଏବଂ ସେ ସବୁ ଉଦ୍ଧାର ସମ୍ପର୍କରେ ଅଧିକ ସୂଚନା ଦେଇ ଏସପି ଶ୍ରୀ ପଣ୍ଡା।

Omkar Vasthu
Omkar Vasthu

ସେ କହିଛନ୍ତି ଯେ, ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ପରିମଳ – ଏନ.ଝାଲର ସିଂ ଗ୍ରାମ ରାସ୍ତାରେ ଏସଆଇ  ସନ୍ଦୀପ ହେମ୍ରମ ତାଙ୍କ ଟିମ୍ ସହ ଦିନରେ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ଏକ ଖବର ପାଇଲେ ଯେ, ଏକ ମାରୁତି କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଛି। ପୋଲିସ ଦଳ ତତକ୍ଷଣାତ୍ ସେ ଅଞ୍ଚଳରେ ଏଲାର୍ଟ ରହି ପଣସପଦର ଛକ ଠାରେ ଯାଉଥିବା ସେହି କାର ଅଟକାଇ ତଲାସୀ କରି ସେଥିରେ ବସିଥିବା ଡ୍ରାଇଭର ଓ ଅନ୍ୟ ୨ ଜଣଙ୍କୁ ପଚରା ଉଚୁରା ପରେ ଜାଣିବାକୁ ପାଇଲେ ଯେ କାର ଓ ଡିକି ଭିତରେ ୭ ଟି ଜରି ଅଖା ବସ୍ତାରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଛି ଚୋରା ଚାଲାଣ ପାଇଁ।ପୋଲିସ ତତକ୍ଷଣାତ୍ ଘଟଣା ସ୍ଥଳକୁ ନୂଆଗଡ ତହସିଲଦାର ମାଜିଷ୍ଟ୍ରେଟ ଓ ସାକ୍ଷୀଙ୍କୁ ଡକାଇ ତାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରିବା ପରେ ଜଣାଗଲା ଯେ, ସମସ୍ତ ଗଞ୍ଜେଇ ୨ କ୍ୟୁଣ୍ଟଲ ୧୬ କେଜି ୫୦୦ ଗ୍ରାମ ଥିବା ବେଳେ ତାର ଆନୁମାନିକ ମୂଲ୍ୟ ୩୬ ଲକ୍ଷ ୪୯ ହଜାର ୫୦୦ ଟଙ୍କା ହେବ ବୋଲି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପୋଲିସ ଗଞ୍ଜେଇ ସହ ବ୍ୟବହୃତ କାର (ନଂ: ଓଆର:- ୦୨-ବିସି ୩୬୬୬) କୁ ଜବତ କରିବା ସହ ସଂପୃକ୍ତ ୨ଜଣ ଆସାମୀ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୋଇବନ୍ଧ ଗ୍ରାମର ପ୍ରସାଦ ଘଣ୍ଟ(୨୫) ଏବଂ ଗଜପତି ଜିଲ୍ଲା ରା:ଉଦୟଗିରି ଥାନା ଅନ୍ତର୍ଗତ ଆଟିଲିମା ଗ୍ରାମର ରାନୁ ବେଣିଆ(୧୯)ଙ୍କୁ ଗିରଫ କରିଥିଲେ। ଘଟଣା ସ୍ଥଳରୁ ଅନ୍ୟ ଜଣେ ଆସାମୀ ମୌକା ଦେଖି ଅନ୍ୟତ୍ର ଚମ୍ପଟ ମାରିଥିଲା। ପୋଲିସ ଏ ସଂକ୍ରାନ୍ତରେ କେସ ନଂ- ୧୫୬ ତା:-୨୧/୧୦/୨୦୨୪ ଏନଡିପିଏସ: ଆଇନ ଧାରା ୟୁ/ଏସ ୨୦(ବି) (ଆଇ ଆଇ) ପ୍ରକାରେ ମକଦ୍ଦମା ରୁଜୁ କରି ଘଟଣାର ଅନୁସନ୍ଧାନ ଅଧିକାରୀ ଏସଆଇ ସ୍ବପ୍ନାରାଣୀ ବେହେରା ଘଟଣାର ଅଧିକ ତଦନ୍ତ ଜାରୀ ରଖିଛନ୍ତି ଏବଂ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସପି ଯତୀନ୍ଦ୍ର କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.