ନର୍ଲା ଜୋନ-୨ରେ ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାୟିକା  ମନୋରମା ମହାନ୍ତିଙ୍କ ନେତୃତ୍ଵରେ ନର୍ଲା ଜୋନ-୨ରେ ଅନୁଷ୍ଠିତ ହୋଇଯାଇଛି ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା। ଘଣ୍ଟମାଲ ଗ୍ରାମ ପଞ୍ଚାୟତର ତିଲେଇମାଲରୁ  ପ୍ରାୟ ୪୦୦ ଲୋକ ମାନଙ୍କ ସହିତ ଆରମ୍ଭ ହୋଇଥିଲା ଏହି ପଦଯାତ୍ରା।

Omkar Vasthu
Omkar Vasthu

ପ୍ରଥମେ ନର୍ଲା ବିଧାୟିକା ମନୋରମା ମହାନ୍ତି ତିଲେଇମାଲରେ ରାମନାରାୟଣ ମନ୍ଦିର ଓ ବନସୁରକ୍ଷା ସମିତି ଗୃହର ଶୁଭ ଉଦଘାଟନ କରିଥିଲେ। ଏହାପରେ ପଦଯାତ୍ରା ଘଣ୍ଟମାଲ ଗ୍ରାମପଞ୍ଚାୟତ ଶାନ୍ତପୁର, ବଡ଼ଧାରପୁର, ଘଣ୍ଟମାଲ, ଗାଡେବନ୍ଦ, ନିଶାଣପୁର, ଗ୍ରାମପଞ୍ଚାୟତର ଗାଁ ମାନଙ୍କୁ ଯାଇ ଲୋକ ମାନଙ୍କୁ ବିଜେପି ସରକାରର ମନ ମୁଖୀ ଶାସନ ଏବଂ ନିର୍ବାଚନ ସରିଲା ପରେ ପ୍ରତାରଣା, ମିଛ ପ୍ରତିଶୃତି ଥିଲା, ତାହା ଲୋକ ମାନଙ୍କୁ ବୁଝେଇ ଥିଲେ ମାନ୍ୟବର ବିଧାୟିକା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ରେ ପୁଣି ଥରେ ଷଷ୍ଠ ଥର ପାଇଁ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ନିମନ୍ତେ ସମସ୍ତେ ସକଳ୍ପ ହେବା ଜରୁରୀ ହୋଇ ପଡ଼ିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଜନ ସଂପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ଜୋନ୍-୨ ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀ, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ସାହୁ, ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ,

ବାଗପୁର ସରପଞ୍ଚ ଗୋପାଳ ହାତୀ, ରୁପ୍ରାରୋଡ଼ ସରପଞ୍ଚ ହେମନ୍ତ ଭୋଇ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ଼, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, ରୁପ୍ରାରୋଡ ସମିତି ସଦସ୍ୟା ଦୀପାଞ୍ଜଳି ମାଝୀ, ନିଶାଣପୁର ସମିତି ସଦସ୍ୟା ମଞ୍ଜୁ ବାଗ, ସମିତି ସଭ୍ୟା ଭୀମକେଲା, ବିଜେଡି ନେତା ଗୋବିନ୍ଦ ତାଣ୍ଡି, ଚଣ୍ଡୀ ଦାସ ସାହୁ, ସୁଦର୍ଶନ ଦୋରା, ଘାସିରାମ ସାହୁ, ସତ୍ୟବାଦୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.