ଜଳେଶ୍ୱରଖଣ୍ଡି ଗ୍ରାମରେ ପ୍ରାଣୀ ଚିକିତ୍ସା ଓ ନାନୋ ୟୁରିଆ ଫର୍ଟିଲାଇଜରର ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ୱରଖଣ୍ଡି ଗ୍ରାମରେ ଇଫକୋ ଏବଂ ଆଇଏଫଏଫଡ଼ିସି ତରଫରୁଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ କରାଯାଇଛି। ଏହି ଶିବିରରେ ୩୨୧ ଗୋଟି ଗାଈ ଗୋରୁ, ଛେଳି, ମେଣ୍ଢା, ପୋଢ଼, ମଇଁଷି ମାନଙ୍କୁ ପ୍ରାଣୀ ଚିକିତ୍ସକ ଡାକ୍ଟର ମନୋଜ କୁମାର ଶତପଥୀ ଏହି ପଶୁମାନଙ୍କୁ ଚିକିତ୍ସା କରି ସେମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରିଥିଲେ ଏହି କାର୍ଯ୍ୟକ୍ରମକୁ ଭିଭିଓ ମନୋଜ ଶତପଥୀଙ୍କ ସହ ଅଧିକାଂଶ ଗ୍ରାମବାସୀ ମାନେ ମଧ୍ୟ ସହଯୋଗ କରିଥିଲେ।

ଏହାସହ ନାନୋ ୟୁରିଆ ଫର୍ଟିଲାଇଜରର ସଚେତନତା କାର୍ଯ୍ୟକ୍ରମକୁ ଆଇ ଏଫ ଏଫ ଡି ସି ର ମେନେଜର ଅଳ୍ପନା ଖାନ୍ ଙ୍କ ଉପସ୍ଥିତିରେ ଏହା କରାଯାଇ ଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ୬୮ ଜଣ ମହିଳା ଚାଷୀ ଉପସ୍ଥିତ ରହି ରାଲି କରିଥିଲେ। ଏହି କାର୍ଯ୍ୟକ୍ରମକୁ କ୍ଷେତ୍ର ଅଧିକାରୀ ରବି ନାରାୟଣ ପାଣିଗ୍ରାହୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.