ବିଦ୍ୟୁତ୍ ତାର ବିଛାଇ ବନ୍ୟଜନ୍ତୁ ଶିକାର: ତାର ଜବତ କଲା ବିଦ୍ୟୁତ୍ ବିଭାଗ, ବନବିଭାଗର ଭାଙ୍ଗୁନି ନିଦ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟରେ ଦିନକୁ ଦିନ ବନ୍ୟ ଯିବଜନ୍ତୁ ହ୍ରାସ ପାଉଥିବା ବେଳେ ଶିକାରୀ ମାନେ ବିଭିନ୍ନ ଉପାୟ ଓ ବିଦ୍ୟୁତ ତାର ବିଛାଇ ବନ୍ୟ ଜୀବଜନ୍ତୁଙ୍କୁ ଶିକାର କରୁଛନ୍ତି। ଏଭଳି ବିଦ୍ୟୁତ୍ ତାର ବିଛାଇ ବନ୍ୟଜନ୍ତୁଙ୍କୁ ଶିକାର କରୁଥିବା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ସ୍ଥିତ ପୁଞ୍ଜାମ ଓ ଜିରାଗାଁ ଜଙ୍ଗଲ ଅଞ୍ଚଳରେ।

Omkar Vasthu
Omkar Vasthu

ଏହି ଅଞ୍ଚଳରେ ଅନେକ ସମୟରେ ରାତିରେ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ବନ୍ୟଜନ୍ତୁଙ୍କୁ ଶିକାରୀ ମାନେ ଶିକାର କରୁଥିବା ବେଳେ ମଣିଷ ଓ ଗୃହପାଳି ପଶୁଙ୍କ ପାଇଁ ମଧ୍ୟ୍ୟ ବିପଦ ସାଜିଛି। କିନ୍ତୁ କିଛି ଦୁର୍ବୁତ୍ତ ମାନେ ମନ୍ଦ ଉଦେଶ୍ୟ ରଖି ରାତିରେ ବିଦ୍ୟୁତ୍ ତାର ଜଙ୍ଗଲରେ ବିଛାଇ ଜଙ୍ଗଲୀ ଜନ୍ତୁଙ୍କ ଶିକାର କରିବାରେ ପଛାଉ ନାହାନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ତେବେ ଏଥିପ୍ରତି ବନବିଭାଗ ଜାଣିଶୁଣି ଚୁପ୍ ରହୁଛି ନା ବନବିଭାଗ ଅଜାଣତରେ ହେଉଛି ବୋଲି ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପାହାଡପଦର ଅଞ୍ଚଳରେ ଅନେକ ସମୟରେ ବିଦ୍ୟୁତ ବାରମ୍ବାର କାଟ ହେଉଥିବରୁ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ଏହି ଅଞ୍ଚଳକୁ ବିଦ୍ୟୁତ୍ ଯାଞ୍ଚ ପାଇଁ ଶୁକ୍ରବାର ସନ୍ଦ୍ୟାରେ ଉକ୍ତ ଅଞ୍ଚଳକୁ ଯାଇଥିଲେ ହେଲେ ଏହି ଅଞ୍ଚଳରେ ବ୍ୟାପକ ଭାବରେ ବିଦ୍ୟୁତ୍ ତାର ଲଗାଇ ଦୁର୍ବୁତ୍ତ ମାନେ ଜଙ୍ଗଲି ବରାହ, ହରିଣ, ଠେକୁଆ କୁଟୁରା ଭଳି ଅନେକ ଜଙ୍ଗଲୀ ଜନ୍ତୁଙ୍କ ଶିକାର ହେଉଛି।

ଜଙ୍ଗଲରେ ଥିବା ପ୍ରତ୍ୟକ ବିଦ୍ୟୁତ୍ ଖୁଣ୍ଟରୁ ତାର ଟାଣି ଜଙ୍ଗଳର ଅନେକ ସ୍ଥାନରେ ତାର ବିଛାଇ ଜଙ୍ଗଲୀ ଜନ୍ତୁଙ୍କ ଶିକାର କରୁଥିବା ବେଳେ ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ଆଜି ତାର ଜବତ କରିଥିବା ଜଣାପଡିଛି। ତେବେ ବନବିଭାଗର ଅବହେଳା ଯୋଗୁଁ ବନବିଭାଗ ନାକତଳେ ଏଭଳି ବିଦ୍ୟୁତ୍ ତାର ବିଛାଇ ବନ୍ୟପ୍ରାଣୀଙ୍କୁ ହତ୍ୟା କରାଯାଉଛି କିନ୍ତୁ ବନବିଭାଗ ଘଟଣାକୁ ହାଲୁକା ନେଉଥିବା ବିଶେଷ ସୂତ୍ରରୁ ଜଣାପଡୁଛି। ତେବେ ଏହାର ତଦନ୍ତ କରି ଦୁର୍ବୁତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବିହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.