ବେଆଇନ ଓ ବେଧଡକ ଭାବେ ଧଡେଲ ଜଙ୍ଗଲରେ ଚାଲିଛି ଗଛକଟା: ଅଭିଯୋଗ ପରେ ମଧ୍ୟ ବନବିଭାଗ କତୃପକ୍ଷ ଚୁପ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡର ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ ମୂଷାନାଳ ସେକ୍ସନ ଅଧିନସ୍ତ ଧଡେଲ ଜଙ୍ଗଲରେ ବେଧଡକ ଭାବେ ଗଛକଟା ଚାଲଛି। ଫଳରେ ଜଙ୍ଗଲ ନଷ୍ଟ ହୋଇଯାଉଛି। ବନବିଭାଗ ନିଷ୍କ୍ରିୟ ହୋଇଥିବା ଦେଖାଦେଇଛି। ଜଙ୍ଗଲ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କାର ଅର୍ଥ ବିନିଯୋଗ କରି ବ୍ୟାପକ ବୃକ୍ଷ ରୋପଣ କରିଚାଲିଛନ୍ତି। ଅନ୍ୟ ପଟେ ବନ କମର୍କଚାରୀଙ୍କ ଖାମଖିଆଲୀ ମନୋଭାବ ଯୋଗୁ ଜଙ୍ଗଲରୁ ଗଛକଟା ହେଉଥିଲେ ବି ବନ ବିଭାଗ କର୍ମଚାରୀ ଜାଣିପାରୁ ନାହାନ୍ତି। ଦିନ ଦ୍ୱିପ୍ରହରେ ବେଆଇନ ଭାବେ ହେକ୍ଟର ହେକ୍ଟର ଜଙ୍ଗଲ କଟା ଚାଲିଚି। ତେବେ ବନବିଭାଗ ଏହା ଦେଖି ଚୁପ ରହୁଥିବା ଅଭିଯୋଗ ହେଉଛି। ସୂଚନାନୁସାରେ ଧଡେଲ ସ୍ଥିତ ରାହୁଲ ସଂରକ୍ଷିତ ଜଙ୍ଗଲରେ ଥିବା ହଜାର ହଜାର ମୂଲ୍ୟ ବାନ ଗଛ କଟା ହେଉଥିବା ଦେଖିବାକୁ ମିଳିଛି। ଏହି ଜଙ୍ଗଲଟି ବେନଗାଁ ପଞ୍ଚାୟତରେ ରହିଥିବା ବେଳେ ଏହି ଜଙ୍ଗଲକୁ ପାହାଡପଦର ପଞ୍ଚାୟତ ସ୍ଥିତ ପଟାଙ୍ଗପଦର, ବୋରପଦର ଏବଂ ଭିତର ଧଡେଲ ଗ୍ରାମର ଲୋକେ ମିଶି ଜଙ୍ଗଲ ଟିକୁ ବେଆଇନ ଭାବରେ ବହୁତ ମୂଲ୍ୟବାନ ଶାଳ, ହରିଡ଼ା, ଅଁଳା, ବାହାଡା, ଶିଷ, ବିଜା,ସାଗୁଆନ ଭଳି ମୂଲ୍ୟବାନ ଗଛ କାଟୁଥିବା ଅଭିଯୋଗ ହେଉଛି। ଏହି ବିଷୟରେ ବେନଗାଁ ଗ୍ରାମ ପଞ୍ଚାୟତର ପଜିବାହାଳୀ, ପେଙ୍ଗଶୁର, କାର୍ଲିଯୋଡି, ଲିଟିବୋଣ୍ଡେଲ, ଧଁରାଭଟା, ପଡ଼େଇଖୁଣ୍ଟି, କୋକସରୁ, ଧଡେଲ, ପଦ୍ମଥୋପା, ଦମଘାଟି ଏବଂ ଲାଞ୍ଜି ପଞ୍ଚାୟତର ଦଣ୍ଡିଗୁଡା, ଗୋଇଚର୍ଚ୍ଚା, ଲୋଡାଙ୍ଗ, ଗୋଇପଟା, ସମେତ ଅନ୍ୟ ଗ୍ରାମର ଲୋକେ ବିରୋଧ କରୁଥିବା ବେଳେ ଏହି ଜଙ୍ଗଲ କଟାକୁ ନେଇଁ ଉକ୍ତ ଅଞ୍ଚଳର ଲୋକେ ବନବିଭାଗକୁ ଅନେକ ଥର ଅଭିଯୋଗ କଲେ ସୁଦ୍ଧା କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି। ତେବେ ବନବିଭାଗ ଜାଣି ଶୁଣି କାହିଁକି ଚୁପ ରହୁଛି ତାହା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏନେଇ ଆମେ ବନ ବିଭାଗ କର୍ମଚାରୀଙ୍କୁ ଯୋଗାଯୋଗ କରିବା ପରେ ଆମ ପାଖକୁ ଅଭିଯୋଗ ଆସିଛି ଏହାକୁ ନେଇ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.