ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ସ୍ବଚ୍ଛାଗ୍ରହୀ ସଂଘର ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ସ୍ବଚ୍ଛାଗ୍ରହୀ ସଂଘ ପକ୍ଷରୁ ସ୍ବଚ୍ଛାଗ୍ରହୀ ମାନଙ୍କ ପାରିଶ୍ରମିକ ଓ ଥଇଥାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଏକ ଅଭିଯୋଗ ପ୍ରଦାନ କରାଯାଇଛି। ୨୦୧୭ ମସିହାରେ ଓଡ଼ିଶା ପଞ୍ଚାୟତିରାଜ ଓ ଜଳ ପରିମଳ ବିଭାଗ ଦ୍ବାରା ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ସ୍ବଚ୍ଛାଗ୍ରହୀ ନିୟୋଜିତ କରାଯାଇଥିଲା। ସେବେଠାରୁ ସ୍ବଚ୍ଛାଗ୍ରହୀ ମାନେ ସ୍ବଚ୍ଛ ଭାରତ ମିଶନରେ କାର୍ଯ୍ୟ କରି ଆସୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ସିଏଲଟିସି ପ୍ରୋଗ୍ରାମରେ ମୋଟିଭେଟର ହିସାବରେ କାର୍ଯ୍ୟ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସ୍ବଚ୍ଛାଗ୍ରହୀ ହିସାବରେ ନିୟୋଜିତ କରାଯାଇଛି। ଏସବିଏମ୍ ୨.୦ ଅଇଏମ୍ଆଇଏସ୍ ଆପ୍ ମାଧ୍ୟମରେ ପ୍ରତି ଗାଁର ବିଭିନ୍ନ ତଥ୍ୟ ଏବଂ କାଗଜ ପତ୍ର ସଂଗ୍ରହ କରି ବ୍ଳକକୁ ରିପୋର୍ଟ ଦେଉଥିଲେ। ବର୍ତ୍ତମାନ ସ୍ବଚ୍ଛାଗ୍ରହୀ ମାନଙ୍କୁ ଅଣଦେଖା କରାଯାଇ ଉକ୍ତ କାମରେ ସାମିଲ କରାଯାଉନାହିଁ। ଏମିତି କି କିଛି ପାରିଶ୍ରମିକ ମଧ୍ୟ ଦିଆଯାଉ ନାହିଁ। ଏହାକୁ ନେଇ ସ୍ବଚ୍ଛାଗ୍ରହୀ ସଂଘ ପକ୍ଷରୁ ପୂର୍ବରୁ ଅଭିଯୋଗ ଦିଆଯାଇଥିଲା। ହେଲେ ଦିର୍ଘ ଦିନ ପରେ ମଧ୍ୟ କୈାଣସି ସମାଧାନ ହୋଇନାହିଁ। ଏନେଇ କଳାହାଣ୍ଡି ସ୍ବଚ୍ଛାଗ୍ରହୀ ସଂଘ ପକ୍ଷରୁ ଜିଲ୍ଲା ସଭାପତି ତେଜରାଜ ଦୁରିଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ବରର ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ପୁନଃ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏବଂ ସ୍ବଚ୍ଛାଗ୍ରହୀ ମାନଙ୍କ ଥଇଥାନ ସହ ପାରିଶ୍ରମିକ ପାଇଁ ଗୁହାରୀ କରିଥିବା ଜଣାପଡିଛି। ଏହି ପ୍ରତିନିଧି ଦଳରେ ଧର୍ମେନ୍ଦ୍ର କୁମାର ନାଗ, ସୁଶାନ୍ତ ବାଗ, ସୁକାନ୍ତି ନାଏକ, ଉପେନ୍ଦ୍ର ସୁନାନୀ, ଜିତେନ୍ଦ୍ର ପ୍ରଧାନ, ମଳୟ ନିଆଲ, ସୁନୀଲ ନାଏକ, ଗୋପବନ୍ଧୁ ସାହୁ, ଗୌର ଚନ୍ଦ୍ର କର ପ୍ରମୁଖ ସାମିଲ ହୋଇଥିଲେ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.