ପଞ୍ଚମ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): କନକପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ପଞ୍ଚମ କ୍ଲଷ୍ଟର ସ୍ତରୀୟ ବୈଠକ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ନାଏକ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବଡବନ୍ଧ କ୍ଲଷ୍ଟର ର ସମସ୍ତ ପ୍ରଧାନଶିକ୍ଷକ ଏବଂ ଏଫଏଲଏନ ଶିକ୍ଷକ ଯୋଗଦେଇଥିଲେ। ସିଆରସିସି ଜଗଦୀଶ ପଧାନ ମୌଳିକ ସାକ୍ଷରତା ଓ ସଂଖ୍ଯାଜ୍ଞାନ, ଟ୍ରାକର ପୂରଣ, ନାସ୍, ଆଦି ବିଷୟ ରେ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

ପ୍ରଧାନ ଶିକ୍ଷକ ଦେବାନନ୍ଦ ନିଷାଦ, ନିବେଦିତା ଦାସ, ରବିଚନ୍ଦ୍ର ବୁଡେକ, ହୋଲିଶ୍ବର ଧରୁଆ, କୈଳାସ ଚନ୍ଦ୍ର ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ସହକାରୀ ଶିକ୍ଷକ ଜ୍ୟୋତ୍ସା ଷାଣ୍ଢ, ସୁଶାନ୍ତ ସାହୁ, ସସ୍ମିତା ସେଠ, ମଧୁସୂଦନ ଭୋଇ, ଆଲୋକିନୀ ପଧାନ, ସୁଜିତ ମିଶ୍ର, ବବିତା ମେହେର, ଅମ୍ବିକା କୁମ୍ଭାର, ତ୍ଋପ୍ତିମୟି ପଧାନ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ସହକାରୀ ଶିକ୍ଷକ ବିନାୟକ ଥନାପତି ଧନ୍ଯବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.