ସନାତନ ଧର୍ମଧାରାରେ ଦୀପାବଳି ଓ କାଳୀପୂଜା 

ସନାତନ ଧର୍ମଧାରାର ଏକ ମୁଖ୍ୟ ପର୍ବ ହେଉଛି ଦୀପାବଳି। ଏହାକୁ ଆଲୋକର ପର୍ବ କୁହାଯାଏ। ସମଗ୍ର ସଂସାରକୁ ଆଲୋକିତ କରିବା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଏ। ଦୀପାବଳିରେ ଭାରତର ବିଭିନ୍ନ ପ୍ରାନ୍ତରେ ଦୀପୋତ୍ସବ ପାଳନ କରାଯାଏ। ଏହାସହ ପ୍ରତିବର୍ଷ କାର୍ତ୍ତିକ ମାସ ଅମାବାସ୍ୟାରେ ମା’ କାଳୀଙ୍କ ପୂଜାର୍ଚ୍ଚନା କରାଯାଏ। ଏହି ପର୍ବ ପାଳନ ପଛରେ ବିଭିନ୍ନ ପୌରାଣିକ ମତବାଦ ଓ ଧର୍ମୀୟ ବିଶ୍ୱାସ ରହିଛି। ଦୀପାବଳିରେ ସମଗ୍ର ଭାରତରେ ଦେବୀଙ୍କୁ ବିଭିନ୍ନ ରୂପରେ ପାଳନ କରାଯାଏ। ଆମ ରାଜ୍ୟ ସମେତ ପଶ୍ଚିମବଙ୍ଗ, ଆସାମ ଓ ବିହାରରେ ଦୀପାବଳିରେ ମା’ କାଳୀଙ୍କ ପୂଜାର୍ଚ୍ଚନା କରାଯାଏ। କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ। ଭଦ୍ରକର ଅଧିଷ୍ଟାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଏ। ସେହିପରି ଉତ୍ତର ଭାରତରେ ଦୀପାବଳି ମହୋତ୍ସବରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.