ଦୀପାବଳୀ ସନ୍ଧ୍ୟାରେ ପରିବାରର ସମସ୍ତ ସଦସ୍ୟ କାଉଁରିଆ କାଠି ଅଗରେ କିମ୍ବା ଆଖୁରେ ଖଞ୍ଜା ଯାଇଥିବା ବଳିତାରେ ମୁଖ୍ୟ ଦୀପରୁ ନିଆଁ ଲଗାଇ ଟେକି ଧରି ଆକାଶଆଡ଼କୁ ଦେଖାଇ ନିଜ ପିତୃପୁରୁଷଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥାନ୍ତି। ଏହି ସମୟରେ ସମସ୍ତେ ମିଶି ବଡ଼ବଡ଼ିଆଙ୍କ ଉଦ୍ଦେଶ୍ୟରେ ଡାକ ପକାଇଥାନ୍ତି ଯାହାକୁ ବଡ଼ବଡ଼ିଆ ଡାକ ବୋଲି କୁହାଯାଏ। ଦୀପାବଳୀ ସମୟରେ ବଡ଼ବଡ଼ିଆ ଶ୍ରାଦ୍ଧ ହେଉଛି ଉତ୍କଳୀୟ ସଂସ୍କୃତିର ଅନନ୍ୟ ପରମ୍ପରା। ଏବେ ଏହି ଶ୍ରାଦ୍ଧର ପାଳନ ବିଧିରେ ମଧ୍ୟ କ୍ରମଶଃ କେତେକ ପରିବର୍ତ୍ତନ ଦେଖାଦେଇଛି।