ଏକ ପୌରାଣିକ କାହାଣୀ ଅନୁସାରେ ଭୟଭୀତ ଦେବଙ୍କୁ ରକ୍ଷା କରିବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ ମହାବଳଶାଳୀ ନରକାସୁରର ବଧ କରିଥିଲେ ଓ ଧରାପୃଷ୍ଠରେ ଶାନ୍ତି ପ୍ରତିଷ୍ଠା ହେଲା। ନରକାସୁର ଷୋହଳ ହଜାର ସୁନ୍ଦରୀ ରମଣୀଙ୍କୁ ବନ୍ଦିନୀ କରି ରଖିଥିଲା। ଶ୍ରୀକୃଷ୍ଣ ସେମାନଙ୍କୁ ମୁକ୍ତ କରି ସମ୍ମାନର ସହିତ ଦ୍ୱାରକାକୁ ପଠାଇ ଦେଇଥିଲେ। ନରକାସୁରର ପରାଜୟରେ ଖୁସି ହୋଇ ଲୋକେ କାଉଁରିଆ କାଠିର ମଶାଲରେ ନିଆଁ ଲଗାଇ ଉତ୍ସବ ପାଳନ କରିଥିଲେ। ସେବେଠାରୁ ଦୀପାବଳୀ ପାଳନ କରାଯାଏ ଓ ଏହା ନରକୋତ୍ସବ ନାମରେ ମଧ୍ୟ ଜଣାଶୁଣା।