ଲାଞ୍ଜିଗଡ଼ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ୨୦୨୪ ଓ କଳା ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୪ ତଥା କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩ଟି କ୍ଲଷ୍ଟରରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକୃତା, ସଙ୍ଗୀତ ଓ ଶ୍ରୃତଲିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

ବ୍ଲକ ସ୍ତରରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରୀୟ ‘ସୁରଭି’ ଓ କଳା ଉତ୍ସବରେ ଅଂଶଗ୍ରହଣ କରିବେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକ ସୁଢଳଦେବ ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଅତିଥି ଭାବେ ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷ୍ମୀପ୍ରିୟା ମୁଦୁଲି, ଭାରତଭୂଷଣ ସାହୁ, ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ରୋଣ ରଣା, ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପଦ୍ମଲୋଚନ ସୁନା ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଗୋବର୍ଦ୍ଧନପୁର ପୂର୍ବତନ କ୍ଳଷ୍ଟର ସଂଯୋଜକ ତଥା ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଦିତୀୟ ପର୍ଯ୍ୟାୟରେ ପୁରସ୍କାର ବିତରଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ହରିଶଙ୍କର ପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ନଗେନ୍ଦ୍ର ପଟ୍ଟନାୟକଙ୍କ ସମେତ ଅନ୍ୟ ଅତିଥିମାନେ ମଞ୍ଚାସୀନ ଥିଲେ। ସଭା କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ ପରିଚାଳନା କରିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ଲଳିତ କୁମାର ଭୋଇ ପରିଚାଳନା କରିଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

ବ୍ଲକର ୧୩ଗୋଟି କ୍ଳଷ୍ଟର ଅଞ୍ଚଳରୁ ଶତାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ମାନେ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସିଆସିସି ସୌଭାଗ୍ୟ ରଞ୍ଜନ ସାହୁ, ମନୋଜ ସାହୁ, ଦୁଃଖିଶ୍ୟାମ ବାରିକ, ଶିବରାମ ପ୍ରଧାନ, ପ୍ରକାଶ ପ୍ରଧାନ, ଘାସି ମାଝୀ, ଜଳନ୍ଧର ମାଝୀ, କୁମାରଗୌରଭ ପରିଡା, ଶ୍ରବଣ ସରାଫ, ଗୁଣ ଭୋଇ,ତ୍ରିନାଥ ଶ୍ୟାମ କୁମାର, ସଂଜୀବ ସାହୁ ତଥା ଶିକ୍ଷକ, ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.