ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଦ୍ୱାରା ଦୁର୍ନୀତି ନିବାରଣ ସପ୍ତାହ ପାଳିତ କରାଯାଇଛି। ଏହି ବର୍ଷର ବିଷୟ “ସଂସ୍କୃତିର ସତ୍ୟ ନିଷ୍ଠତାରେ ରାଷ୍ଟ୍ରର ବିକାଶ” ଉପରେ ଅଧ୍ୟକ୍ଷ୍ୟ ଛବିଲାଲ ସାହୁ ନିଜର ମତ ଉପସ୍ଥାପନ କରି ଦୁର୍ନୀତି ମୁକ୍ତ ଭାରତ ନିର୍ମାଣ ପାଇଁ ସପଥପାଠ କରାଇଥିଲେ। ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା କରାଯାଇଥିଲା ଏବଂ ଏହାର ପରିଚାଳନା ମହାବିଦ୍ୟାଳୟର ଏନ୍ଏସ୍ଏସ୍ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ କରିଥିବା ବେଳେ ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ପରମେଶ୍ୱର ମୁଣ୍ଡ, ଶୁଶାନ୍ତ କୁମାର ଦାଶ, ନାଜନୀନ ସୁଲତାନା ଓ ଦୀନବନ୍ଧୁ ନାଗ ସହ ଅନେକ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।