ମଧୁସୂଦନ ପ୍ରଧାନଙ୍କୁ ଦେବଗିରି ଶିକ୍ଷା ସମ୍ମାନ: ପ୍ରଭାସ ମିଶ୍ର ଓ ସାଧୁରାମ ଭୋଇଙ୍କୁ ଗୁରୁ ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବରିଷ୍ଠ ଶିକ୍ଷକ ମଧୁସୂଦନ ପ୍ରଧାନଙ୍କୁ ଏବର୍ଷର ମର୍ଯ୍ୟାଦାଜନକ ଦେବଗିରି ଶିକ୍ଷା ସମ୍ମାନ ପ୍ରଦାନ କରାଯିବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ସ୍ଥିତ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଭବାନୀପାଟଣା ନିବାସୀ ଶ୍ରୀ ପ୍ରଧାନ ସଂପ୍ରତି ସରକାରୀ ପ୍ରାଥମିକ ବିଦ୍ୟାଳୟ ଶରଦାପୁରରେ ପ୍ରଧାନଶିକ୍ଷକ ଭାବେ ଅବସ୍ଥାପିତ। ମା’ ଗାୟତ୍ରୀ ଏଜୁକେସନାଲ ଟ୍ରଷ୍ଟ ଅଧୀନସ୍ଥ ଶାସ୍ତ୍ରୀଜୀ ଶିକ୍ଷା ନିକେତନ ଓ ଶାସ୍ତ୍ରୀଜୀ ମଡେଲ ସ୍କୁଲର ପରାମର୍ଶଦାତା ଭାବେ କଳାହାଣ୍ଡିର ଶିକ୍ଷା ବ୍ୟବସ୍ଥାର ଉନ୍ନତି ଦିଗରେ ପ୍ରୟସରତ ଅଛନ୍ତି।

Omkar Vasthu
Omkar Vasthu

ସେହିପରି ବରିଷ୍ଠ ଶିକ୍ଷାବିତ୍ ପ୍ରଭାସ ଚନ୍ଦ୍ର ମିଶ୍ର ଓ ସାଧୁରାମ ଭୋଇଙ୍କୁ ଦେବଗିରି ଗୁରୁ ସମ୍ମାନ ପ୍ରଦାନ କରାଯିବ। ଛାତ୍ରଛାତ୍ରୀଙ୍କ ଆଗ୍ରହ ଓ ପ୍ରତିଭାକୁ ଚିହ୍ନଟ କରି ମାର୍ଗଦର୍ଶନ କରିବା ଦିଗରେ ଅବସରପ୍ରାପ୍ତ ଶିକ୍ଷକ ତଥା କଳାଗୁରୁ ଶ୍ରୀ ମିଶ୍ର ଜଣେ ଉଦାହରଣୀୟ ବ୍ୟକ୍ତିତ୍ଵ। ନିଜେ ଚିତ୍ରକଳା, ମୂର୍ତ୍ତିକଳା, ବଂଶୀବାଦନ, ରୂପସଜ୍ଜା, ରଙ୍ଗୋଲି, ନାଟ୍ୟ ନିର୍ଦ୍ଦେଶନା, ମଞ୍ଚ ନିର୍ମାଣ ଆଦି କଳା ସାଧନ କରିବା ସହ ଏସବୁ କ୍ଷେତ୍ରରେ ଶିକ୍ଷାଦାନ କରି ଅନେକ ସୁଯୋଗ୍ୟ କଳାକାର ତିଆରିଛନ୍ତି। ଶିକ୍ଷାଦାନ ପାଇଁ ସେ ଓଡ଼ିଶା ସରକାରଙ୍କ ଠାରୁ ରାଜ୍ୟ କୃତୀ ସମ୍ମାନ ଏବଂ ମଞ୍ଚକଳା ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ସମେତ ବହୁ ପୁରସ୍କାର ଓ ସମ୍ମାନ ପାଇସାରିଛନ୍ତି। ଜଣେ ସଂସ୍କୃତି ସଂଗଠକ ଭାବେ ମଧ୍ୟ ତାଙ୍କର ଖ୍ୟାତି ରହିଛି। ସେହିପରି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସରିଆଁର ପ୍ରଧାନଶିକ୍ଷକ ସାଧୁରାମ ଭୋଇ ଦୀର୍ଘବର୍ଷର ଶିକ୍ଷକ ଜୀବନରେ ଅନେକ ସୁଯୋଗ୍ୟ ଛାତ୍ରଛାତ୍ରୀ ତିଆରି କରିଛନ୍ତି, ଯେଉଁମାନେ କି ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଛନ୍ତି। ଜଣେ ପ୍ରଧାନଶିକ୍ଷକ ଭାବେ କେବଳ ଶିକ୍ଷା ନୁହେଁ, ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ ମଧ୍ୟ ଶ୍ରୀ ଭୋଇ ପ୍ରୟାସରତ।

Pearl dental clinic
Near Ashish Medical Store, Bhawanipatna

ଉକ୍ତ ପ୍ରତିଭାମାନଙ୍କୁ ଆସନ୍ତା ନଭେମ୍ବର ୧୩ରୁ ୧୫ ତାରିଖ ଯାଏଁ ଆୟୋଜନ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଗୋସିଙ୍ଗ ଦୈତ୍ୟ ଦରବାରରେ ସମ୍ମାନିତ କରାଯିବ ଏବଂ ଅନ୍ୟାନ୍ୟ ସମ୍ମାନ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ଜଣାଇଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.