କଳାହାଣ୍ଡି ଗଠନ ଦିବସ ପ୍ରତିଯୋଗିତାରେ ପ୍ରଗତି ହାୟର ସେକେଣ୍ଡାରୀ ସ୍କୁଲର ସଫଳତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଗଠନ ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ କଳାହାଣ୍ଡି ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ବାଳିକା ଉଚ୍ଚ ବିଦ୍ୟାଳୟ ଭବାନୀପାଟଣାରେ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

ଏହି ପ୍ରତିଯୋଗିତାରେ ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରୀ ସୁଶ୍ରୀ ଲିପ୍ସା ସାହୁ ପ୍ରଥମ ସ୍ଥାନ ଅଧିକାର କରି ପ୍ରଗତି ଶିକ୍ଷାନୁଷ୍ଠାନ ପାଇଁ ଗୋୖରବ ଆଣି ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଉକ୍ତ ଦିବସ ପାଳନ ଅବସରରେ ଟାଉନ ହଲଠାରେ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ସୁଶ୍ରୀ ସାହୁଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ସେହିଭଳି କୁଇଜ ପ୍ରତିଯୋଗିତାରେ ପ୍ରଥମ ବର୍ଷ ଛାତ୍ର ଶ୍ରୀମାନ ତ୍ରିବିକ୍ରମ ରଣା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଏହି ସଫଳତାକୁ ନେଇ ପ୍ରଗତି ଅନୁଷ୍ଠାନର ସେକ୍ରେଟାରୀ ଇଂ ଅଜୟ କୁମାର ପଣ୍ଡା, ଚେୟାରପରସନ ସୁଶ୍ରୀ ସଂଗୀତା ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ଅଧ୍ୟକ୍ଷ ଶେଷଦେବ ମୁଣ୍ଡ ତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଭିଭାବକ ଅଭିଭାବିକା ଶୁଭେଚ୍ଛା ଓ ଅଭିବାଦନ ଜଣେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.