ଗୁହା ପୁନମ ତାପସ କୁମାରଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀମତୀ ଗୁହା ପୁନମ ତାପସ କୁମାର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଉଭୟ ସୋନପୁର ଏବଂ ବୀରମହାରାଜପୁର ବିଧାନସଭା କ୍ଷେତ୍ରର ବିଭିନ୍ନ ବୁଥ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ଏହି ଗସ୍ତ ଅବସରରେ ବିଭିନ୍ନ ବୁଥ ବୁଲିବା ସହ ସଂକ୍ଷିପ୍ତ ଭୋଟର ସଂଶୋଧନ ଉପରେ ବୁଥ ଲେଭେଲ ଅଧିକାରୀଙ୍କ ସହ ସିଧା ସଳଖ ଆଲୋଚନା କରି ତୃଣମୂଳ ସ୍ତରରେ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି। ଅପରାହ୍ନ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ସେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ଉପଜିଲ୍ଲାପାଳ ସୋନପୁର ସୌମ୍ୟରୂପା ରଥ, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ଜିଲ୍ଲା ନିର୍ବାଚନ ଶାଖା ଡେପୁଟି କଲେକ୍ଟର ଯଶସ୍ୱିନୀ ପୋଥାଲ, ପ୍ରମୁଖ ଙ୍କ ସହ ଜିଲ୍ଲାର ଭୋଟର ସଂଶୋଧନ କାର୍ଯ୍ୟକାରିତାର ସ୍ଥିତି ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାୱାର ପ୍ରେଜେଣ୍ଟେସନ ମାଧ୍ୟମ ରେ ସଂକ୍ଷିପ୍ତ ଭୋଟର ତାଲିକାର ସ୍ଥିତି ଓ କାର୍ଯ୍ୟକାରିତା ଉପସ୍ଥାପନା କରାଯାଇଥିଲା। ସେ ଏହି ଗସ୍ତ ଅବସରରେ ଉପସ୍ଥିତ ସମ୍ପୃକ୍ତ ଜିଲ୍ଲା ଅଧିକାରୀଙ୍କୁ ଭୋଟର ତାଲିକା ର ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଆଗାମୀ ଦିନରେ ଜିଲ୍ଲାର ଭୋଟର ସଂଯୋଗୀକରଣ ପ୍ରକ୍ରିୟାରେ ଯେପରି ଅଧିକରୁ ଅଧିକ ନୂତନ ତଥା ବାଦ ପଡ଼ିଥିବା ଭୋଟର ସାମିଲ ହେବେ ସେଥିପ୍ରତି ବିଶେଷ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ପରାମର୍ଶ ଦେଇଛନ୍ତି। ପୁନଶ୍ଚ ତୃଣମୂଳ ସ୍ତରରେ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀମତୀ ଗୁହା ପୁନମ ତାପସ କୁମାର।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.