ଗୋବର୍ଦ୍ଧନ ପୂଜା : ପ୍ରକୃତିର ଉପାସନା 

କାର୍ତ୍ତିକ ମାସ ପ୍ରତିପଦା ତିଥିରେ ଦେଶସାରା ଗୋବର୍ଦ୍ଧନ ପୂଜା ପାରମ୍ପରିକ ରିତି ନିତି ଅନୁସାରେ ପାଳିତ ହୋଇଯାଇଛି। ଏହାସହ ଭଗବାନ ଶ୍ରୀକୃଷ୍ଣ ଏବଂ ଗୋମାତାଙ୍କୁ ମଧ୍ୟ ପୂଜା  କରାଯାଇଛି। ଶାସ୍ତ୍ର ଅନୁସାରେ ଦ୍ବାପର ଯୁଗରେ ବ୍ରଜର ଲୋକମାନେ ଇନ୍ଦ୍ର ଦେବଙ୍କୁ ପୂଜା କରୁଥିଲେ। ଭଗବାନ କୃଷ୍ଣ ସେମାନଙ୍କୁ ଏପରି କରିବାକୁ ବାରଣ କରିଥିଲେ। ଶ୍ରୀକୃଷ୍ଣ ବ୍ରଜବାସୀଙ୍କୁ କହିଥିଲେ,  ଇନ୍ଦ୍ରଦେବଙ୍କୁ ପୂଜା କରିବା ଅପେକ୍ଷା ଗୋମାତାଙ୍କୁ ପୂଜା କରାଯିବା ଉଚିତ, ଯାହାଠାରୁ ଲୋକମାନେ କ୍ଷୀର ପାଉଛନ୍ତି। ଗୋବର୍ଦ୍ଧନ ପର୍ବତକୁ ପୂଜା କରାଯିବା ଉଚିତ କାରଣ ପ୍ରକୃତି ଆମକୁ ଅନେକ କିଛି ଦେଇଥାଏ। ଶ୍ରୀକୃଷ୍ଣଙ୍କ ଠାରୁ ଏପରି କଥା ଶୁଣିବା ପରେ ବ୍ରଜବାସୀ ଗୋବର୍ଦ୍ଧନ ପର୍ବତକୁ ପୂଜା କରିବା ଆରମ୍ଭ କରିଥିଲେ। କିନ୍ତୁ ଏହା ପରେ ଇନ୍ଦ୍ରଦେବ କ୍ରୋଧିତ ହୋଇ ବ୍ରଜରେ ପ୍ରବଳ ବର୍ଷା କରିଥିଲେ। ଲୋକମାନଙ୍କୁ ଏଥିରୁ ରକ୍ଷା କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ନିଜ ଛୋଟ ଆଙ୍ଗୁଠିରେ ଦୀର୍ଘ ୭ ଦିନ ପାଇଁ ଉଠାଇ ରଖିଥିଲେ ଏବଂ ବ୍ରଜର ଲୋକ ଏବଂ ପଶୁମାନେ ମଧ୍ୟ ଏହା ତଳେ ଆସି ଇନ୍ଦ୍ରଙ୍କ କ୍ରୋଧ ବର୍ଷାରୁ ରକ୍ଷା ପାଇଥିଲେ। ଏହା ପରେ ଇନ୍ଦ୍ର ଦେବ ଭଗବାନ ଶ୍ରୀକୃଷ୍ଣଙ୍କଠାରୁ କ୍ଷମା ମାଗିଥିଲେ। ଏହି ପୂରା ଘଟଣା ପରେ, ଲୋକମାନେ ଦୀପାବଳି ପରଦିନ ଗୋବର୍ଦ୍ଧନ ପୂଜା କରିବା ଆରମ୍ଭ କଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.