ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଉନ୍ମୋଚିତ ହେଲା କଲ୍ୟାଣୀ ନନ୍ଦଙ୍କ କବିତା ଗ୍ରନ୍ଥ ‘ଭଲପାଏ ବୋଲି’

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ କବିତୀର୍ଥ ଶାନ୍ତକାନନ ଠାରେ କବି କଲ୍ୟାଣୀ ନନ୍ଦଙ୍କ କବିତାଗ୍ରନ୍ଥ ‘ଭଲପାଏ ବୋଲି’ ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ଉତ୍ସବରେ ଲୋକାର୍ପିତ ହୋଇଯାଇଛି। ଯଶସ୍ୱୀ କବି ଡକ୍ଟର ଧନଞ୍ଜୟ ସ୍ୱାଇଁ ପୁସ୍ତକଟିକୁ ଉନ୍ମୋଚନ କରିବା ପରିପ୍ରେକ୍ଷୀରେ କବୟିତ୍ରୀଙ୍କ ରଚନାଶୈଳୀ ଓ ବିଷୟବସ୍ତୁ ଖୁବ୍ ଉଚ୍ଚକୋଟୀର ହୋଇଛି ବୋଲି ମତପ୍ରକାଶ କରିଥିଲେ।

Omkar Vasthu
Omkar Vasthu

ଫକୀରମୋହନ ସାହିତ୍ୟ ପରିଷଦର ପ୍ରାକ୍ତନ ସଭାପତି ତଥା ବିଶିଷ୍ଟ ସାରସ୍ବତ ସାଧକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ କବିଙ୍କର ଅମାୟିକ ବ୍ୟକ୍ତିତ୍ଵ ଓ ସମସ୍ତଙ୍କ ପ୍ରତି ଭଲପାଇବା ହିଁ ପୁସ୍ତକଟିରେ ପ୍ରତିବିମ୍ବିତ ହୋଇଛି ବୋଲି କହିଥିଲେ। ସମୀକ୍ଷକ ଭାବେ ଯୋଗ ଦେଇ ବରିଷ୍ଠ ଗବେଷକ ଡକ୍ଟର ହରିଶ୍ଚନ୍ଦ୍ର ବେହେରା ଓ ଡକ୍ଟର ଶିରୀଶ ଚନ୍ଦ୍ର ଜେନା ପୁସ୍ତକଟିର ଆତ୍ମିକ ଓ ଆଙ୍ଗିକ ଦିଗ ସଂପର୍କରେ ବିଶଦ ଆଲୋଚନା କରିଥିଲେ। କବି କଲ୍ୟାଣୀ ନନ୍ଦ ଲେଖକୀୟ ଅଭିବ୍ୟକ୍ତି ପ୍ରକାଶ କରିବା ସହିତ ତାଙ୍କ ରଚନା ଓ ନିର୍ଦ୍ଦେଶନାରେ ଗୋଟିଏ ଗୀତିକବିତାକୁ ମମତା ଦାସ, ବାସନ୍ତୀ ଦେ, ସୁବ୍ରତା ମହାନ୍ତି, ତୃପ୍ତିରାଣୀ ପାତ୍ର, ପୁଷ୍ପଲତା ଚକ୍ରବର୍ତ୍ତୀ, ଅର୍ଚ୍ଚନା କର, ଶାନ୍ତି ଦିଶି ଓ ଶାନ୍ତିଲତା ପଣ୍ଡା ସମବେତ ଭାବରେ ଗାନ କରିଥିଲେ। ତବଲାରେ ଗୁରୁ ଲକ୍ଷ୍ମୀଧର ଜେନା ସହଯୋଗ କରିଥିଲେ । କୁନି ନୃତ୍ୟାଙ୍ଗନା ମାହେଶ୍ଵରୀ ନୃତ୍ୟ ପରିବେଷଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ ସମସ୍ତ କଣ୍ଠଶିଳ୍ପୀଙ୍କ ସମେତ ପୁସ୍ତକ ପ୍ରକାଶନରେ ବିଶେଷ ସହଯୋଗ ପାଇଁ ଡକ୍ଟର ସାରଙ୍ଗଧର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡକ୍ଟର ସୁକାନ୍ତ ଗିରି ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିବା ବେଳେ ମନ୍ମଥ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.