ଅବସରପ୍ରାପ୍ତ ହେଡ୍ କନଷ୍ଟେବଳ ଅଶୋକ ହୋତାଙ୍କ ଦେହାନ୍ତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ପୋଲିସ ବାହିନୀର ଅବସରପ୍ରାପ୍ତ ମୁଖ୍ୟ ହାବିଲଦାର ଅଶୋକ ହୋତାଙ୍କ ଗତକାଲି ସକାଳେ ଭୁବନେଶ୍ଵରସ୍ଥିତ କିମ୍ସ୍ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ୬୭ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି। ଏହି ଖବରରେ ତାଙ୍କ ଚାକିରୀ କ୍ଷେତ୍ର ସୋନପୁର ସମେତ ବୀରମହାରାଜପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କିମ୍ସ ମେଡିକାଲରୁ ନିଜ ଜନ୍ମ ମାଟି ବି.ଏମ.ପୁର ଚମ୍ପାମାଳକୁ ଶ୍ରୀ ହୋତାଙ୍କ ମର ଶରୀର ପହଁଚିବା ପରେ ଅନ୍ତିମ ଦର୍ଶନ ଓ ଅନ୍ତିମ ବିଦାୟ ପାଇଁ ଲୋକାରଣ୍ୟ ହୋଇ ପଡ଼ିଥିଲା ଚମ୍ପାମାଳ ଗାଁ। ସ୍ଥାନୀୟ ଅଞ୍ଚଳର ବହୂ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସୋନପୁରର ଅନେକ ପୋଲିସ କର୍ମଚାରୀ, ଫରେଷ୍ଟ କର୍ମଚାରୀ, ସ୍ବେଛାସେବୀ ସଙ୍ଗଠନ ଓ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡାର କର୍ମକର୍ତ୍ତା ପହଞ୍ଚି ସ୍ୱର୍ଗୀୟ ହୋତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଅନ୍ତିମ ବିଦାୟ ଦେଇଥିଲେ। ଗାଁ ଶ୍ମଶାନ ଘାଟ ଯାଏଁ ଶୋଭାଯାତ୍ରାରେ ସାମିଲ ହୋଇ ଆତ୍ମୀୟ ସ୍ୱଜନଙ୍କ ସହ ଶ୍ରୀ ହୋତା ଙ୍କ ମର ଶରୀରକୁ ସ୍ବେଛାସେବୀ ମାନେ କାନ୍ଧେଇ ଥିଲେ। ଶ୍ରୀ ହୋତା ଜଣେ ସଚ୍ଚୋଟ, ଦକ୍ଷ, ନିର୍ଭୀକ କର୍ମଚାରୀ ଭାବେ ସୋନପୁରରେ ଦୀର୍ଘ ୩୦ ବର୍ଷ ଧରି ଲୋକଙ୍କ ଧନ ଜୀବନ ସୁରକ୍ଷା ଦାୟିତ୍ବରେ ଥିବାବେଳେ ଥାନା ବାବୁ ଗୁଣ ନିଧି ଦାଶ (ଖାର ବାବୁ) ଭବାନୀ ଶଙ୍କର ଉଦଘାତା, ଶ୍ରୀକାନ୍ତ ତ୍ରୀପାଠୀଙ୍କ ନାଁ ଶୁଣିଲେ ଯେମିତି ଅସାମାଜିକ ବ୍ୟକ୍ତି କିଛି ଅପରାଧ କରିବାକୁ ସାହାସ କରୁ ନ ଥିଲେ ଠିକ୍ ସେମିତି ହୋତା ହାବିଲଦାର (ହେଡ କନଷ୍ଟେବଳ) ଙ୍କ ନାଁ ଶୁଣିଲେ ବାଘର ସ୍ଵର ଭଳି ଗର୍ଜନ ଶୁଣିଲେ ଅପରାଧୀ ଛତ୍ର ଭଙ୍ଗ ଦେଉଥିଲେ। ସହର ର ସଧାରଣ ଜନତା ସେଇ ସମୟରେ ଶାନ୍ତିରେ ଶୋଇ ପାରୁଥିଲେ। ଘର ଦ୍ବାର ଛାଡି ନିର୍ଭୟରେ ଶାନ୍ତିରେ ଦେଶ ବିଦେଶ ଯାତ୍ରା କରୁଥିଲେ ଲୋକେ। ଲୋକଙ୍କୁ ଉଚିତ ସୁରକ୍ଷା ଦେବାକୁ ନ୍ୟାୟ ଦେବାକୁ ଯେମିତି ଆଗେ ପୋଲିସ ଅଧିକାରୀ କର୍ମଚାରୀ ଙ୍କ ଆଗ୍ରହ ଥିଲା ଦୃଢ଼ ଆତ୍ମ ବିଶ୍ୱାସ ରହିଥିଲା ଲୋକ ଙ୍କ ମଧ୍ୟ ସେମିତି ପୋଲିସ ପ୍ରତି ଖୁବ୍ ଆସ୍ଥା ଭାଜନ ଓ ଭରସା ବି ରହିଥିଲା। ଦୀର୍ଘ ତିନି ବର୍ଷ ରୁ ଶ୍ରୀ ହୋତା ନିମୋନିଆ ରୋଗ ରେ ପୀଡ଼ିତ ହୋଇ ବିଭିନ୍ନ ମେଡିକାଲ୍ ରେ ଚିକିତ୍ସିତ ହୋଇ ଆସୁଥିଲେ। ଅବସରପରେ ସେ ସ୍ବଚ୍ଛ ଭାରତ ସଙ୍ଗଠନ ଓ ପୋଲିସ କନଷ୍ଟେବଳ ସଂଘ ସହ ଅନେକ ଗଠନ ମୂଳକ ସେବା କାର୍ଯ୍ୟରେରେ ସାମିଲ୍ ହୋଇଥିଲେ। ରିଜର୍ଭ କଲୋନୀରେ ନିଜେ ରୋପଣ କରିଥିବା କିଛି ଔଷଧିୟ ବୃକ୍ଷ ସବୁ ଆଜି ସ୍ମୁତି ହୋଇ ରହିବ ସବୁଦିନ। ଏଭଳି ଜଣେ ବ୍ୟକ୍ତିତ୍ଵଙ୍କୁ ଭଦ୍ର ନମ୍ର ଭଲ ମଣିଷଙ୍କୁ ସମାଜ ବା ସହରର ସୁରକ୍ଷା ଦାତାଙ୍କୁ ହରାଇ ଆଜି ସୋନପୁର ବଲାଙ୍ଗିର ରିଜର୍ଭ ପୋଲିସ ବିଭାଗ, ସାଧାରଣ ଜନତା ରାଉରକେଲା ଜିଆରପି ବିଭାଗ ଓ ସ୍ବଚ୍ଛ ଭାରତ ସଙ୍ଗଠନ ସୋନପୁର ମନମୁଣ୍ଡା ମର୍ମାହତ ହୋଇଥିବା ବେଳେ ସାଲୂଟ୍ କରୁଛି ପୋଲିସ ହବିଲାଦର୍ ହୋତା ବାବୁଙ୍କୁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.