ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପକ୍ଷୀପ୍ରେମୀ ସତ୍ୟଜିତ ଗଡୁଆ “ଜୀବେ ଦୟା ପରମ ଧର୍ମ ” ମନ୍ତ୍ରଟିକୁ ଆଦର୍ଶ ମନେକରି ଜୀବଜନ୍ତୁ ତଥା ବନ୍ୟପ୍ରାଣୀ ମାନଙ୍କ ସୁରକ୍ଷା ତଥା ବିରଳ ପ୍ରଜାତିର ଜନ୍ତୁ, ପକ୍ଷୀ, ସରୀସୃପ ମାନଙ୍କ ଅନୁସନ୍ଧାନ ସହ ବିପଦରେ ପଡ଼ିଥିବା ବନ୍ୟପ୍ରାଣୀ ଓ ପକ୍ଷୀ ମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ବାସସ୍ଥଳୀରେ ଛାଡ଼ିବା, ଆହତ ହୋଇଥିବା ପଶୁପକ୍ଷୀ ମାନଙ୍କୁ ଚିକିତ୍ସା କରାଇ ସୁରକ୍ଷିତ ଜଙ୍ଗଲ ପରିବେଶ ମଧ୍ୟରେ ଛାଡ଼ିବା କାର୍ଯ୍ୟ ସହ ବିଭିନ୍ନ ପ୍ରଜାତିର ବିରଳ ପକ୍ଷୀ ମାନଙ୍କର ସଂରକ୍ଷଣ କରିବା, ବିଲୁପ୍ତ ହୋଇଯାଉଥିବା ଘର ଚଟିଆ ମାନଙ୍କର ସୁରକ୍ଷା କାର୍ଯ୍ୟ କରିବା ସହ ପକ୍ଷୀ ମାନଙ୍କୁ ଖାଦ୍ୟ ଖୁଆଇବା, ଗ୍ରୀଷ୍ମ ଋତୁରେ ପାଣି ଦେବା ଏବଂ ବନ୍ୟପ୍ରାଣୀ ଓ ପକ୍ଷୀ ମାନଙ୍କ ପ୍ରତି ଯତ୍ନ ଓ ଭଲପାଇବା ସତ୍ୟଜିତଙ୍କ ନିଶା ଅଟେ। ପ୍ରକୃତି କୋଳରେ ବନ୍ୟପ୍ରାଣୀ, ସରୀସୃପ ଓ ପକ୍ଷୀ ମାନଙ୍କର ସୁରକ୍ଷା କରିବା ସହ ଜୀବଜଗତର ଅଭିବୃଦ୍ଧିରେ ସହାୟକ ହୋଇପାରିବ ବୋଲି ପକ୍ଷୀପ୍ରେମୀ ସତ୍ୟଜିତ ପ୍ରକାଶ କରିଛନ୍ତି।