ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆସନ୍ତା ୧ ଡିସେମ୍ବର ରୁ ୮ ଡିସେମ୍ବର ପର୍ଯ୍ୟନ୍ତ ମାଲେସିଆରେ ହେବାକୁ ଥିବା ‘ଦଶମ ଏସିଆ ପାସୀଫିକ୍ ଡିଫ୍ ଗେମ୍ସ-୨୦୨୪’ରେ ଭାରତୀୟ ଦଳରୁ ପ୍ରତିନିଧିତ୍ଵ କରିବାକୁ ଯାଉଥିବା ବାଲେଶ୍ବର ଜିଲ୍ଲାର ଦିବ୍ୟାଙ୍ଗ (ମୂକ ଓ ବଧିର) ଜୁଡୋ ଖେଳାଳି ବାହାନଗା ବ୍ଲକ ନୂଆପୁର ପଞ୍ଚାୟତର ପିଞ୍ଛାପଲି ଗ୍ରାମର ଶ୍ରୀମତୀ ମାଳତୀ ଦାସ ଓ ଶ୍ରୀ ସୀତାନାଥ ଦାସଙ୍କ ପୁଅ ଶ୍ରୀ ସମ୍ବିଦ ଦାସଙ୍କୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ବାଲେଶ୍ୱର ଜିଲ୍ଲା କ୍ରୀଡ଼ା ସଂଘର ସଭାପତି ଶ୍ରୀ ଅଦୀପ୍ତ ଦାସ, ସମ୍ପାଦକ ଶ୍ରୀ ଅଭୟ କୁମାର ମହାପାତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ଓ ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଟଙ୍କା ୨୦ ହଜାରର ଆର୍ଥିକ ସହାୟତା ପ୍ରଦାନ କରିବା ସହ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇ ଥିଲେ।ସମ୍ବିଦ ଆସନ୍ତା ୧୫ ତାରିଖରୁ ନୂଆଦିଲ୍ଲୀର ଇନ୍ଦିରାଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ରହଣି ପରେ ସେଠାରୁ ମାଲେସିଆ ଗସ୍ତ କରିବେ।