ଚାନ୍ଦିପୁର ରେଞ୍ଜ ସ୍କୁଲରେ ପାଳିତ ହେଲା ବାର୍ଷିକ କ୍ରୀଡ଼ା ଦିବସ ଓ ଶିଶୁ ଦିବସ

ଜୀବନରେ ସଫଳତା ପାଇଁ ବଡ଼ ସ୍ଵପ୍ନ ଦେଖିବାର ଆବଶ୍ୟକତା ରହିଛି, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଆଜି ଚାନ୍ଦିପୁରସ୍ଥିତ ରେଞ୍ଜ ସ୍କୁଲ ପରିସରରେ ବାର୍ଷିକ କ୍ରୀଡ଼ା ଦିବସ ଏବଂ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମଦିନ ଅବସରରେ ପବିତ୍ର ଶିଶୁ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ପିଏକ୍ସଇର କାର୍ଯ୍ୟବାହୀ ନିର୍ଦ୍ଦେଶକ ବୈଜ୍ଞାନିକ ଡକ୍ଟର ପି.କେ.ଦାସଗୁପ୍ତା ସକାଳ ୮ ଘଟିକାରେ ପିଏକ୍ସଇ ପଡ଼ିଆରେ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ବାର୍ଷିକ କ୍ରୀଡ଼ା ଉତ୍ସବକୁ ଉଦଘାଟନ କରିଥିଲେ। ସ୍କୁଲର ଖେଳ ଶିକ୍ଷୟିତ୍ରୀ ସନ୍ଧ୍ୟା ମହାପାତ୍ରଙ୍କ ତତ୍ତ୍ବାବଧାନରେ ସମୁଦାୟ ୩୦ଟି ବିଭାଗରେ ଉଭୟ ବାଳକ ଓ ବାଳିକାମାନଙ୍କର ବିଭିନ୍ନ ଖେଳ ପ୍ରତିଯୋଗିତା ପ୍ରମୁଖ ଆୟୋଜିତ ହୋଇଥିଲା। ସମୁଦାୟ ୧୪୦ ଜଣ ଛାତ୍ରଛାତ୍ରୀ ଆଜିର କ୍ରୀଡ଼ା ଉତ୍ସବରେ ଯୋଗଦାନ କରିଥିଲେ। ସେଥିମଧ୍ୟରୁ ୩୦ଟି ବିଭାଗରୁ ୯୦ ଜଣ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ।

Omkar Vasthu
Omkar Vasthu

ପରେ ପରେ ସ୍କୁଲ ପରିସରରେ ପଣ୍ଡିତ ଜବାହାରଲାଲଙ୍କ ଜନ୍ମଦିନ ଉପଲକ୍ଷେ ଶିଶୁ ଦିବସରେ ପିଲାମାନଙ୍କ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା। ସ୍କୁଲର ଅଧ୍ୟକ୍ଷ ଡକ୍ଟର ପି.କେ ସା ଅତିଥିମାନଙ୍କୁ ମଞ୍ଚକୁ ପାଛୋଟି ନେଇଥିଲେ ଏବଂ ଇଂରାଜୀ ଶିକ୍ଷୟିତ୍ରୀ ଗିତିକୃଷ୍ଣ ଦାସ ଅତିଥି ପରିଚୟ ପ୍ରଦାନ କରି ରିଥିଲେ। ପଣ୍ଡିତ ଜବାହାରଲାଲଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲ। ମୁଖ୍ୟ ଅତିଥି ଭାବରେ ପିଏକ୍ସଇର କାର୍ଯ୍ୟବାହୀ ନିର୍ଦ୍ଦେଶକ ବୈଜ୍ଞାନିକ ଡକ୍ଟର ପି.କେ. ଦାସଗୁପ୍ତା ଉପସ୍ଥିତ ରହି ପିଲାମାନଙ୍କୁ ପବିତ୍ର ଶିଶୁ ଦିବସ ଉପଲକ୍ଷେ ଏବେର ଯୁଗରେ ମୋବାଇଲକୁ କେମିତି ପିଲାମାନେ ସଠିକ୍ ଭାବେ ବ୍ୟବହାର କରିବେ ସେ ସମ୍ପର୍କରେ ବିଭିନ୍ନ ଉପାୟମାନ ପିଲାମାନଙ୍କୁ କହିଥିଲେ। ତାଙ୍କର ପ୍ରେରଣାଦାୟୀ ଅଭିଭାଷଣରେ ସେ ଆହୁରି ମଧ୍ୟ କହିଥିଲେ ଯେ ବିଭିନ୍ନ ଏ.ଆଇ. ଟୁଲସକୁ ପିଲାମାନେ କିପରି ବ୍ୟବହାର କରି ସେମାନଙ୍କର ପାଠ ପଢ଼ାରେ ଉନ୍ନତି ଆଣିପାରିବେ ଏବଂ ଏବଂ କେବଳ ପାଠ ପଢ଼ିଲେ ହେବନି ପାଠ ପଢ଼ା ସହ ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଦିଗରେ ବି ଜଣେ ଛାତ୍ରକୁ ମଜବୁତ ହେବା ପାଇଁ ପଡ଼ିବ ବୋଲି ସେ ପରାମର୍ଶ ଦେଇଥିଲେ। ଶାରିରୀକ ସୁସ୍ଥତା ପାଇଁ ଖେଳକୁଦ, ମାନସିକ ସୁସ୍ଥତା ପାଇଁ ଯୋଗ- ବ୍ୟାୟାମ ଏବଂ ଆଧ୍ଯାତ୍ମିକତା ପାଇଁ ନିଜ ଭିତରେ ଶୃଙ୍ଖଳା ବା ଡିସିପ୍ଲିନ ଆଣିବାର ବହୁ ଆବଶ୍ୟକ‌ତା ରହିଛି ବୋଲି କହିବା ସହ ଖେଳକୁଦର ବିଭିନ୍ନ ଉପକାରିତା ବିଷୟରେ ସେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ତଥା ସ୍କୁଲର ସେକ୍ରେଟାରୀ ଏବଂ ପିଏକ୍ସଇର ବୈଜ୍ଞାନିକ ରତ୍ନାକର ସାଠୁଆ ମହାପାତ୍ର ଉପସ୍ଥିତ ରହି ଶିଶୁ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିବା ସହ ଖେଳ ଦ୍ବାରା ଜଣେ ପିଲାର ଶାରିରୀକ ତଥା ମାନସିକ ବିକାଶ କେମିତି ହୋଇଥାଏ ସେ ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ଅଧ୍ୟକ୍ଷ ଡକ୍ଟର ସା ତାଙ୍କ ପ୍ରେରଣାଦାୟୀ ବକ୍ତବ୍ୟରେ ପିଲାଙ୍କୁ କହିଥିଲେ ଯେ, ଜଣେ ଛାତ୍ର ତା ଜୀବନରେ ସଫଳତା ପାଇଁ ଏକ ବଡ଼ ସ୍ୱପ୍ନ ଦେଖିବାର ଆବଶ୍ୟକତା ରହିଛି ଏବଂ ସେହି ସ୍ବପ୍ନକୁ ପୂରଣ କରିବା ପାଇଁ କଠିନ ପରିଶ୍ରମ କରିବାର ମଧ୍ୟ ଆବଶ୍ୟକ‌ତା ରହିଛି, ତେବେଯାଇ ସେ ସଫଳତାର ସ୍ବାଦ ଚାଖିପାରିବ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇ.ଟି.ଆର.ର ରଞ୍ଜନ କୁମାର ବାରିକ, ପିଏକ୍ସଇର ମହେଶ୍ବର ଜେନା, ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ପ୍ରେରଣାଦାୟୀ ବାର୍ତ୍ତା ପିଲାମାନଙ୍କ ନିକଟରେ ପହଞ୍ଚାଇଥିଲେ। ଖେଳରେ କୃତିତ୍ୱ ଅର୍ଜନ କରିଥିବା ବିଭିନ୍ନ ବିଭାଗର ପିଲାମାନଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ଓ ମେଡାଲ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍କୁଲର ଶିକ୍ଷକ ଡକ୍ଟର ପ୍ରତାପ କେଶରୀ ହୋତା, ନିତ୍ୟ ନିରଞ୍ଜନ ରାଉତରାୟ ଏବଂ ଖେଳ ଶିକ୍ଷୟିତ୍ରୀ ସନ୍ଧ୍ୟା ମହାପାତ୍ର ସକ୍ରିୟ ସହଯୋଗ କରିଥିଲେ। ଶେଷରେ ସ୍କୁଲର ପ୍ରିନ୍ସିପାଲ ଡ. ପି.କେ ସା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଜାତୀୟ ସଙ୍ଗୀତ ଗାନ କରି ସଭା ସାଙ୍ଗ କରିଥିଲେ। ଆଜିର ଏହି କାର୍ଯକ୍ରମରେ ବିଦ୍ୟାଳୟର ଡ. ପ୍ରମୋଦ କୁମାର ସା, ଜୟମାଲା ଘୋଷ, ନିତ୍ୟ ନିରଞ୍ଜନ ରାଉତରାୟ, ପ୍ରତାପ କେଶରୀ ହୋତା, ନୟାପତି ଇନ୍ଦିରା, ସନ୍ଧ୍ୟାରାଣୀ ମହାପାତ୍ର, ସନ୍ଧ୍ୟା ମହାପାତ୍ର, ସୁବାଶିଷ ରାଉତ, ଗୀତିକୃଷ୍ଣ ଦାସ, ଆକାକ୍ଷା ଶିବାନୀ ରାଉତ, ରଶ୍ମିରେଖା ସିଂହା, ମୋନାଲିସା ଖୁଣ୍ଟିଆ, ଶୁଭାକର ମହନ୍ତା, ଲକ୍ଷ୍ମୀପ୍ରିୟା ରାଉତ, ପୂର୍ଣ୍ଣେନ୍ଦୁ ପ୍ରକାଶ ପତି, ରବିନ୍ଦ୍ର କୁମାର ପାଣିଗ୍ରାହୀ, ରାଧାକାନ୍ତ ଲେଙ୍କା, ପ୍ରଭାତ କୁମାର, ସୁକୁମାର ମଣ୍ଡଳ, ହିମାଂଶୁ ଜେନା, ତୁଫାନ ସାହୁ, ସତ୍ୟରଞ୍ଜନ ଜେନା ଓ ବିକାଶ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.