ସୂଚନା ଓ ଲୋକସମ୍ପର୍କ ବିଭାଗର କେନ୍ଦ୍ରାଞ୍ଚଳ ଉପ-ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ବାଲେଶ୍ୱର ଗସ୍ତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସୂଚନା ଓ ଲୋକସମ୍ପର୍କ ବିଭାଗ (କେନ୍ଦ୍ରାଞ୍ଚଳ) ଉପ-ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକ ଦୁଇ ଦିନିଆ ନଭେମ୍ବର ୧୩ ଓ ୧୪ ତାରିଖ ବାଲେଶ୍ୱର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ସମସ୍ତ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ସମସ୍ତ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରିଛନ୍ତି। ଏଥି ସହିତ ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ସମସ୍ତ କାର୍ଯ୍ୟ ପ୍ରକ୍ରିୟା ବିଷୟରେ ପଚାରି ବୁଝିବା ସହିତ କର୍ମଚାରୀମାନଙ୍କ ସହ ଆଗାମୀ କାର୍ଯ୍ୟ ପ୍ରଣାଳୀକୁ ତ୍ୱରାନ୍ୱିତ କରିବା ପାଇଁ ଦିଗଦର୍ଶନ ଦେଇଥିଲେ।

Omkar Vasthu
Omkar Vasthu

ଗସ୍ତର ପ୍ରଥମ ଦିନରେ ଉପନିର୍ଦ୍ଦେଶକ ଶ୍ରୀ ନାୟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟ, ସହିଦ ପାର୍କସ୍ଥିତ ସୂଚନା କେନ୍ଦ୍ର ତଥା ପାଠାଗାର ଓ ନୀଳଗିରିସ୍ଥିତ ଉପଖଣ୍ଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରି ଯଥା ମନ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ଚାଲିଥିବା ଅବଗତ ହୋଇ ଶ୍ରୀ ନାୟକ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଆହୁରି ଉନ୍ନତ ପ୍ରଣାଳୀରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ନିରୀକ୍ଷଣ କାର୍ଯ୍ୟ ସମୟରେ ନୀଳଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୋବର୍ଦ୍ଧନ ବିଶ୍ୱାଳ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

ଗସ୍ତର ଦ୍ଵିତୀୟ ଦିନରେ ଶ୍ରୀ ନାୟକ ସିମୁଳିଆସ୍ଥିତ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରିଥିଲେ। ଆଗାମୀ ଦିନରେ କିଭଳି ଅଧିକରୁ ଅଧିକ ପାଠକମାନେ ଏହି ସୂଚନା କେନ୍ଦ୍ରଗୁଡିକ ସହିତ ଜଡିତ ହୋଇ ପାରିବେ ସେହି ବିଷୟରେ ଶ୍ରୀ ନାୟକ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.