ପିଇଓଙ୍କ ବଦଳି ବାତିଲ ପାଇଁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ସଦର ପଞ୍ଚାୟତର ୱାର୍ଡ଼ ସଭ୍ୟ ସଭ୍ୟାମାନେ ବୁଧବାର ଏକତ୍ରିତ ହୋଇ ପିଇଓ ଭବିଷ୍ୟତ ପଟେଲକୁ ଅନ୍ୟତ୍ର ବଦଳି ନ କରିବା ଓ ପୁନଃ ଅବସ୍ଥାପିତ କରିବା ପାଇଁ ବ୍ଳକ ମୁଖ୍ୟ କିରାଣୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପିଇଓ ଭବିଷ୍ୟତ ପଟେଲଙ୍କ ସ୍ଥାନରେ ବର୍ତ୍ତମାନ ବିରଞ୍ଚି ଖର୍ସେଲ ଦାୟିତ୍ୱ ନେଇଛନ୍ତି। ଶ୍ରୀ ଖର୍ସେଲ ଅନ୍ୟ ଏକ ପଞ୍ଚାୟତର ଦାୟିତ୍ୱ ସହ ଜିପିଡିଓ ଦାୟିତ୍ୱରେ ମଧ୍ୟ ରହିଛନ୍ତି। ତେଣୁ ପୁନଃ ପିଇଓ ଭବିଷ୍ୟତ ପଟେଲଙ୍କୁ ଦିଆଯିବା ପାଇଁ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ଗୁଣନିଧି ବାଗ, ନଳିନୀ ପଣ୍ଡା, ଅବନୀ ଦୁର୍ଗା, ପାର୍ଥ ଗୋପାଳ, ଆକାଶ ପ୍ରଧାନୀ ଅନିତା ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.