ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କାଶୀନଗର , ଗୋଷାଣି ଓ ଗୁମ୍ମା ବ୍ଲକ ଓ ପାରଳାଖେମୁଣ୍ଡି ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର ର ସର୍ବାଙ୍ଗୀନ ବିକାଶ ନିମନ୍ତେ ଆଜି ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟ ଉପରେ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି.ତିରୁପତି ରାଓ , ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ , ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଏସ: ଆନନ୍ଦ , ଗଜପତି ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼ଃ ଗୁଣନିଧି ନାୟକ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ପ୍ରକଳ୍ପ ପ୍ରଶାସକ ଶ୍ରୀ ଅଂଶୁମାନ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି ବୈଠକରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କୃଷୀ , ଉଦ୍ୟାନ, ସ୍ଵାସ୍ଥ୍ୟ , ଶିକ୍ଷା , ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା , ସାମାଜିକ ସୁରକ୍ଷା , ସମାଜ ମଙ୍ଗଳ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ , ଜିଲ୍ଲା ଶିଳ୍ପ କେନ୍ଦ୍ର , ପଞ୍ଚାୟତ ରାଜ ବିଭାଗ , ରାସ୍ତା ଓ କୋଠାବାଡ଼ି , ପାନୀୟ ଜଳ , ଜଙ୍ଗଲ ବିଭାଗ , କ୍ଷୁଦ୍ର ଜଳସେଚନ , ଜଳ ବିଭାଜିକା , ବିଦ୍ୟୁତ୍ ବିଭାଗ ପ୍ରଭୃତିର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରା ଯାଇଥିଲା ।

Udyog Nursery
Udyogi Nursery

ସେହିପରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ପଡ଼ି ରହିଥିବା କାର୍ଯ୍ୟକୁ ତୁରନ୍ତ ସମାଧାନ କରିବା ଓ ଚାଲୁଥିବା କାର୍ଯ୍ୟକୁ ତୁରନ୍ତ ସମାପ୍ତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଦାସ ସମସ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ବିଭାଗର କାର୍ଯ୍ୟ ଦୀର୍ଘ ଦିନ ଧରି ପଡ଼ି ରହିଥିବା କାର୍ଯ୍ୟକୁ ତୁରନ୍ତ କରିବା ପାଇଁ ମଧ୍ୟ କହିଥିଲେ।

ସେହିପରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କିପରି ବିକାଶ ହୋଇପାରିବ ସେ ସଂପର୍କରେ ସମସ୍ତ ବିଭାଗର ଅଧିକାରୀଙ୍କୁ ମାନ୍ୟବର ବିଧାୟକ ଶ୍ରୀ ପାଣିଗ୍ରାହି କହିଥିଲେ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିଜ ନିଜ ବିଭାଗର ବିଭିନ୍ନ ପ୍ରକଳ୍ପ ବିଷୟରେ ଅବଗତ କରାଇବା ସହିତ ବିଭାଗରେ ଅଟକି ରହୁଥିବା ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ସମୀକ୍ଷା କରିବା ଓ ସଂପୃକ୍ତ ବିଭାଗ ସହ ଯୋଗାଯୋଗ କରି ଉକ୍ତ ବିଭାଗର କାର୍ଯ୍ୟର ତୁରନ୍ତ କରିବା ପାଇଁ କହିଥିଲେ ।

ଏହି ବୈଠକରେ ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀ ସୁନେମୀ ମଣ୍ଡଳ , କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାଳା ସାୟାମା , ଗୋଷାଣି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଏନ୍.ବୀରା ରାଜୁ , ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା ପୌର-ପରିଷଦ ପାରଳାଖେମୁଣ୍ଡି , କାଶୀନଗର , ଶ୍ରୀ ମହେଶ୍ବର ସାହୁ , ଉପ ନିର୍ଦ୍ଦେଶକ , ଜିଲ୍ଲା ଯୋଜନା ଗଜପତି , ଗୁମ୍ମା ଓ ଗୋଷାଣି ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.