ମା ଓ ଶିଶୁଙ୍କ ସ୍ବାସ୍ଥ୍ୟସହ ଖେଳ!

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଳକରେ ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମା’ ଏବଂ ଛୋଟ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ପାଇଁ ଛତୁଆ ଯୋଗାଣ ହେଉଛି। ହେଲେ ଏହି ଛତୁଆ ଯୋଗାଣ କରୁଥିବା ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ନିମ୍ନମାନର ଛତୁଆ ଯୋଗାଉଥିବା ସ୍ପଷ୍ଟ ହୋଇଛି। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ ନିତ୍ୟାନନ୍ଦ ବାରିକ ରାଜ୍ୟର ବିଭିନ୍ନ ଜିଲ୍ଲାପାଳଙ୍କୁ ଚିଠି କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ବଲାଙ୍ଗୀର ଜିଲ୍ଲାର ଛଅ ଟି ସ୍ୱୟଂ ସହାୟକ ଗୋଷ୍ଠୀ ରହିଥିବା ଜଣାପଡ଼ିଛି।

Omkar Vasthu
Omkar Vasthu

ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଛତୁଆ ପ୍ରସ୍ତୁତି ସହ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରରେ ବଣ୍ଟନ କରୁଥିଲେ। ହେଲେ ଜିଲ୍ଲାର ବିଭିନ୍ନ ବ୍ଳକରେ ବଣ୍ଟନ ହେଉଥିବା ଏହି ପୁଷ୍ଟିକର ଖାଦ୍ୟ ଖାଇବା ତ ଦୂରର କଥା, ପାଟିରେ ପୂରାଇବା ମଧ୍ୟ କଷ୍ଟକର ବୋଲି ପୂର୍ବରୁ ଅଭିଯୋଗ ବିଭାଗୀୟ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସୂଚନାନୁସାରେ, ଗତ ୧୫ତାରିଖ ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ ଶ୍ରୀ ବାରିକ ରାଜ୍ୟର ବିଭିନ୍ନ ଜିଲ୍ଲାପାଳଙ୍କ ଛଅ ଟି ସ୍ବୟଂ ସହାୟକ ଗୋଷ୍ଠୀ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ରିପୋର୍ଟ ପ୍ରଦାନ ତାରିଖ ପରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ଶୂନ ହୋଇଆସୁଥିଲା। ଯାହାକି ବିଭାଗୀୟ ଅତିରିକ୍ତ ସଚିବଙ୍କ ଚିଠି ପରେ ସ୍ପଷ୍ଟ ହୋଇଛି। ଜିଲ୍ଲା ର ଆଗଲପୁର ବ୍ଲକ ର ମା ଜନକଲ୍ୟାଣ ଏସଏଚଜି, ମହାଲକ୍ଷ୍ମୀ ଏସଏଚଜି, ଦେଓଗାଁ ବ୍ଲକ ର ମା ଦୁର୍ଗା ଏସଏଚଜି, ପାଟଣାଗଡ ବ୍ଲକ ର ମା ସନ୍ତୋଷୀ ଏସଏଚଜି, ସଇଁତଲା ବ୍ଲକ ର ନାରୀଶକ୍ତି ମସଲା ଉଦ୍ୟୋଗ ଓ ଶ୍ରୀ ଶ୍ରୀ ଲଷ୍ମୀ ମା ଏସଏଚଜି ଅଞ୍ଚଳର ଛତୁଆ ଯୋଗାଣରେ ନିୟୋଜିତ ସଂୟ ସହାୟକ ଗୋଷ୍ଠୀର ଛତୁଆ ନିମ୍ନ ମାନର ହୋଇଥିବା ଉଦ୍ଦେଶ୍ୟରେ ଏ ସଂକ୍ରାନ୍ତରେ ଚିଠି କରିଛନ୍ତି। ଏଥିସହ ଜିଲ୍ଲାର ବିଭିନ୍ନ ଏସଏଚଜି ଦ୍ଵାରା ବଣ୍ଟନ ଛତୁଆର ଟେଷ୍ଟି ରିପୋର୍ଟ ସମେତ ନିମ୍ନ ମାନର ଛତୁଆ ଯୋଗାଉଥିବା ଏସଏଚଜି ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଚିଠି ଅନୁସାରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଳକର ମୋଟ୍ ସମସ୍ତ ଏଚଆରରୁ ସଂଗୃହୀତ ନମୁନାର ମାନ ପରୀକ୍ଷା କରାଯାଇଥିଲା। ରିପୋର୍ଟ ଅନୁଯାୟୀ ଛଅ ଟି ଏସଏଚଜିର ଛତୁଆ ନିମ୍ନ ମାନର ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ୩୧ ଅକ୍ଟୋବର ସୁଦ୍ଧା ରିପୋର୍ଟ ଦେବାକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଇତିମଧ୍ଯରେ ରିପୋର୍ଟ ପ୍ରଦାନ ତାରିଖ ବିତି ସରିଥିବାବେଳେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇନଥିବା ଜଣାପଡ଼ିଛି। ଛୁଆ ମାନଙ୍କ ଜୀବନ ସହିତ ଖେଳିବା ପାଇଁ କିଏ ଅଧିକାର ଏମାନଙ୍କୁ ଦେଲା ତାହା ବୁଦ୍ଧିଜୀବୀ ମହଲରେ ଆଲୋଚନା ର ବିଷୟ ପାଲଟିଛି | ଏହା ଉପରେ ଭିଜିଲାନ୍ସ ତଦନ୍ତ କରି ନିମ୍ନ ମାନର ଛତୁଆ ପ୍ରସ୍ତୁତ କରୁଥିବା ସଂସ୍ଥା ମାନଙ୍କୁ ତୁରନ୍ତ ବନ୍ଦ କରାଯାଉ ବୋଲି ଜନସାଧାରଣ ଦାବୀ କରିଛନ୍ତି |

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.