ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗୀର ଜିଲ୍ଲା ବୁରୋମୁଣ୍ଡା ହାଇସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ ଦ୍ଵିତୀୟ ଆନ୍ତରାଜ୍ୟ ବୁରୋମୁଣ୍ଡା କ୍ରିକେଟ କପ।ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ଅଞ୍ଚଳ ବାସୀ ଏବଂ କ୍ରିକେଟ ପ୍ରେମୀ ବେଶ ଉତ୍ସାହିତ ଅଛନ୍ତି। ଡ୍ୟାନସିଂ ଅମ୍ପାୟାର ବବଲୁ ହେବେ ମୁଖ୍ୟ ଆକର୍ଷଣ। କ୍ରିକେଟ ହେଉଛି ଭାଇଚାରାର ଖେଳ। ଜାତୀୟ, ଅନ୍ତର୍ଜାତୀୟ, ରାଜ୍ୟସ୍ତରୀୟ ପ୍ରତ୍ୟେକ କ୍ରିକେଟ ପ୍ରତିଯୋଗିତା ରେ ପ୍ରତିଯୋଗିତା ଲାଗିରହିଥାଏ। ଟ୍ରଫି ହାସଲ କରିବାକୁ ସମସ୍ତ ଙ୍କ ଲକ୍ଷ୍ୟ।ବୁରୋମୁଣ୍ଡା କ୍ରିକେଟ କ୍ଲବ ଚଳିତବର୍ଷ ଆୟୋଜନ କରିବାକୁ ଯାଉଛି ଦ୍ଵିତୀୟ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା। ଲଙ୍ଗ ବାଉଣ୍ଡରୀ, ଗ୍ରାଉଣ୍ଡ, ଦର୍ଶକ ମାନଙ୍କ ପାଇଁ ସ୍ୱତନ୍ତ୍ର ଗ୍ୟାଲେରୀ, ପାର୍କିଙ୍ଗ, ଫାଷ୍ଟେଡ଼, ସାଉଣ୍ଡ ମ୍ୟୁଜିକ ର ଭରପୁର ମଜାନେବେ ଦର୍ଶକ। ରାଜ୍ୟ ର ଦଶ ଟି ଜିଲ୍ଲା ର ଷୋହଳ ଗୋଟି ଟିମ ଅଂଶଗ୍ରହଣ କରିଛନ୍ତି। ଖେଳାଳି ମାନଙ୍କ ପାଇଁ ସୁସଜିତ ଗୃହ, ଖାଦ୍ୟ ପାନୀୟ ଓ ସ୍ୱାସ୍ଥ୍ୟ ସେବା ର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଇନ ଶୃଙ୍ଖଳା ପାଇଁ ବୁରୋମୁଣ୍ଡା ବିବିସିସି ର ସଦସ୍ୟ ଙ୍କ ସହ ପୋଲିସ କରିବେ ସହାୟତା। ବଲାଙ୍ଗୀର ଜିଲ୍ଲା ର ବିବିସିସି ହେଉଛି ପ୍ରଥମ କ୍ରିକେଟ କ୍ଲବ ଯେଉଁ କ୍ଲବ ଟି ଚମ୍ପିୟାନ ଦଳ ପାଇଁ ରଖିଛନ୍ତି ଟ୍ରଫି ସହ ଏକ ଲକ୍ଷ୍ୟ ଟଙ୍କା ର ପୁରସ୍କାର ରାଶି, ଉପ ବିଜେତା ଦଳ ପାଇଁ ରଖିଛନ୍ତି ଟ୍ରଫି ସହ ଷାଠିଏ ହଜାର ଟଙ୍କା ର ପୁରସ୍କାର ରାଶି। ପ୍ରତ୍ୟେକ ଚଉକା, ଛକା, ହ୍ୟାଟ୍ରିକ ଉଇକେଟ ପାଇଁ ରଖାଯାଇଛି ସ୍ୱତନ୍ତ୍ର ପୁରସ୍କାର ରାଶି। ଏହି ଆନ୍ତରାଜ୍ୟ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଅଂଚଳ ବାସୀ ବେଶ ଉତ୍ସାହିତ ଥିବା ବେଳେ ଦର୍ଶକ ଙ୍କ ଆସର ଜମିବ ଓ ବଡ ଧୂମଧାମ ରେ ହେବ ଉକ୍ତ ଟୁର୍ନାମେଣ୍ଟ ବୋଲି ବୁରୋମୁଣ୍ଡା ଅଂଚଳ ବାସୀ ଙ୍କ ଆଶା ଓ ବିଶ୍ୱାସ।