ବାଲିଯାତ୍ରା ବିଶ୍ଵ ଆଧ୍ୟାତ୍ମିକ ଚେତନା ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କଟକ: କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ କଟକ ଉପର ବାଲିଯାତ୍ରା ପଡ଼ିଆ ରୋଟାରୀ ଆଇ ହସ୍ପିଟାଲ କ୍ୟାମ୍ପ ରେ ଅନୁଷ୍ଠାନର ୬୨ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବାଲିଯାତ୍ରା ବିଶ୍ଵ ଆଧ୍ୟାତ୍ମିକ ଚେତନା ସମ୍ମିଳନୀ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଭକ୍ତି ସଙ୍ଗୀତ ଗାନ କରି ପରିବେଶକୁ ଅମୃତମୟ କରିଥିଲେ । ଉକ୍ତ ଅବସରରେ ଧବଳେଶ୍ଵର ସାରସ୍ବତ ଆଶ୍ରମର ସଭାପତି ଶ୍ରୀ ମାନସ ଚୈତନ୍ୟ ମହାରାଜା ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦ୍ ଘାଟନ କରିଥିଲେ । ସବୁ ଧର୍ମର ସାରମର୍ମ ମାନବସେବା ବୋଲି ଗୀତା, ଭାଗବତ ଏବଂ ବାଇବେଲ କୁ ଉଦାହରଣ ଦେଇ ସମୀକ୍ଷା କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଭାତ କୁମାର ନନ୍ଦ, ପ୍ରାକ୍ତନ ପାରାଦ୍ଵୀପ ପୋର୍ଟର ଅଧ୍ୟକ୍ଷ କୈବଲ୍ୟ ସାହିତ୍ୟ ସଂସଦ ବିଶ୍ଵର ଶ୍ରେଷ୍ଠ ଆଧ୍ୟାତ୍ମିକ ଅନୁଷ୍ଠାନ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରି ଧର୍ମ ଏବଂ ମାନବବାଦର ସମ୍ମିଳିତ ସ୍ଵର ଆଧ୍ୟାତ୍ମିକ ଚେତନା ବୋଲି ସ୍ପଷ୍ଟ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ବରିଷ୍ଠ ସଭାନେତ୍ରୀ କୈବଲ୍ୟର ତାତ୍ପର୍ଯ୍ୟ, ବାଲିଯାତ୍ରା, ମାନବବାଦକୁ ବ୍ୟାଖ୍ୟା କରି ଆଧ୍ୟାତ୍ମିକ ଚେତନାର ପରିଭାଷାକୁ ସ୍ପଷ୍ଟ କରିଥିଲେ ।

ସମ୍ମାନିତ ବକ୍ତା ଡଃ ଦିପାୟାନ ପଟ୍ଟନାୟକ ଉତ୍କଳୀୟ ସଂସ୍କୃତିର ସୂକ୍ଷ୍ମ ପ୍ରକରଣ ହେଉଛି ମନବସେବା ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଲିଙ୍ଗରାଜ ପତି,ଶ୍ରୀଯୁକ୍ତ ସତ୍ୟବ୍ରତ ପୁହାଣ, ଲଳିତେନ୍ଦୁ ପାଲାଉରି, ଡ. ଆଲୋକ କୁମାର ସାହୁ, ଡ଼କ୍ଟର ସେକ କଲିମୂଲ୍ଲା, ବିଶ୍ଵନାଥ ପଣ୍ଡା, ଭଗବତୀ ଖଟୁଆ ଯୋଗଦାନ କରି ଉତ୍କଳୀୟ ସଂସ୍କୃତିର ବାଲିଯାତ୍ରା ଏବଂ ବିଶ୍ଵ ମାନବବାଦର ବ୍ୟାଖ୍ୟା କରିଥିଲେ ।

କୈବଲ୍ୟ ସାହିତ୍ୟ ସଂସଦ ର ଆଧ୍ୟାତ୍ମିକ ଚେତନାର ପ୍ରତୀକ ପତାକା ଉନ୍ମୋଚିତ କରାଯାଇଥିଲା । ଉକ୍ତ ଅବସରରେ ଓଡ଼ିଶା ସେବା ଗୌରବ ସମ୍ମାନ ୨୦୨୪ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା । ମଞ୍ଚରେ ଏବଂ ମଞ୍ଚ ବାହାରେ ବାଲିଯାତ୍ରା ପଡ଼ିଆରେ ୨୦୦ ପ୍ରତିଭାଙ୍କୁ ସେବା ଗୌରବ ଏବଂ ଆଧ୍ୟାତ୍ମିକ ଚେତନା ସମ୍ମାନ ପ୍ରଦାନ କରାଯାଇଥିଲା । ଜଗତସିଂହପୁରର କବୟିତ୍ରୀ ସଂହିତା ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.