ମୂଷାପାଲି ଉପମଣ୍ଡି ନିମନ୍ତେ ଭୂମିପୂଜନ, ଉପକୃତ ହେବେ ଅଞ୍ଚଳର ଶତାଧିକ ଚାଷୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡହଗାଁ ପେକ୍ସ ଅଧିନରେ ଥିବା ମୂଷାପାଲି ଠାରେ ରବିବାର ଉପମଣ୍ଡି ନିମନ୍ତେ ଭୂମିପୂଜନ ହୋଇଛି। ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ପୂଜାର୍ଚ୍ଚନା କରିଥିଲେ। ମୂଷାପାଲି, ଖପରାମାଲ, ଗହନମୁଣ୍ଡା ଅଞ୍ଚଳର ଚାଷୀ ବହୁ ଦିନର ଦାବୀ ପୂରଣ ହେବା ନେଇ ଖୁସିବ୍ୟକ୍ତ କରିଛନ୍ତି।ଏହି ଅବସରରେ ଗ୍ରାମର ଚାଷୀ ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅଲେଖ ଚନ୍ଦ୍ର ଗୋପାଳ, ସଭାପତି ଘନଶ୍ୟାମ ନାଏକ, ଧବଳେଶ୍ୱର ଗୋପାଳ, ସମିତିସଭ୍ୟା ଅଞ୍ଜନା ଦୁର୍ଗା ପ୍ରମୁଖ ମଞ୍ଚାସିନ ହୋଇ ଚାଷୀମାନଙ୍କ ହିତ ସାଧନ ପାଇଁ ପ୍ରଶାସନ ପକ୍ଷରୁ ଉପମଣ୍ଡି ପାଇଁ ଅନୁମତି ଦେଇ ଥିବାରୁ ଧନ୍ୟବାଦ ଜଣାଇଥିଲେ।ଏହି ଅବସରରେ ଅଞ୍ଚଳର ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.