ସିନାପାଲି ଗ୍ରାମ ପଞ୍ଚାୟତରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅନ୍ତର୍ଗତ ସିନାପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡା , ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ,ସି.ଡି.ପି.ଓ ଉଶା ଲକ୍ଷ୍ମୀ , ଏ.ବିଇଓ ଶ୍ରୀମତୀ ଲିନା ଦାଶ,ଏ.ପିଇଓ କ୍ଷେତ୍ର ମୋହନ ମାଝୀ, କନିଷ୍ଠ ଯନ୍ତ୍ରୀ ନିକୁଞ୍ଜ ନାଏକ,ପଞ୍ଚାୟତ ନିର୍ବାହି ଅଧିକାରୀ ଗୌରହରି ନାଏକ, କନିଷ୍ଠ କିରାଣୀ ନନ୍ଦିନୀ ଶବର ,ରୂପେଶ ବେମାଲ ଓ ସୁନିଲ ରାଉତ ଙ୍କ ସମେତ ଅନେକ ପଦାଧିକାରୀ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶିବିର ରେ ସମୁଦାୟ ୨୬୦ଜଣ ନିଜ ନିଜ ଅଭିଯୋଗ ପଞ୍ଜିକରଣ କରିଥିବା ବେଳେ ପ୍ରାୟ ୫୮ଜଣଙ୍କ ସମସ୍ୟା ର ସମାଧାନ ତୁରନ୍ତ ସମାଧାନ କରାଯାଇଥିଲା । ଅଭିଯୋଗ ମଧ୍ୟରୁ ୮୦ଜଣ କେବଳ ଆବାସ ଯୋଜନା ପାଇଁ ଅଭିଯୋଗ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଏହି କାର୍ଯ୍ୟକ୍ରମ ରେ ତୁରନ୍ତ ସମାଧାନ କୁ ନେଇ ସ୍ଥାନୀୟ ଲୋକେ ଖୁସିବ୍ୟକ୍ତ ମନେ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.