ଦାଦନ ଭାଙ୍ଗି ଦେଲା ଘରର ମେରୁଦଣ୍ଡ: ଶ୍ରମିକ ହୋଇ ଗଲେ, ଶବ ହୋଇ ଫେରିଲେ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଗଣ୍ଡପତ୍ରାପାଳି ଗାଁର କଲାକାର ରଣା  (୩୫) ତାଙ୍କର ୭ବର୍ଷର ପୁଅ, ୬ବର୍ଷର ଝିଅ ଏବଂ ସ୍ତ୍ରୀ ସହ ତାମିଲନାଡୁ ରାଜ୍ୟର ତ୍ରିପୁରକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଜଣେ ଠିକାଦାରଙ୍କ ପାଖରେ ରହି ୬ ମାସ ହେଲା ବିଲ୍ଡିଂ ନିର୍ମାଣ କାମ କରୁଥିଲେ। କାମ କରୁଥିବା ସମୟରେ କାନ୍ଥ ପଡି ଯାଇଥିଲା। ସାଙ୍ଗେ ସାଙ୍ଗେ ତାଙ୍କୁ ମେଡିକାଲକୁ ନିଆ ଯାଇଥିଲା। ପରେ ଡାକ୍ତର ତାଙ୍କୁ ମୂତ ଘୋଷଣା କରିଥିଲେ। ତା’ପରେ ମାଲିକ ଆମ୍ବୁଲାନ୍ସ ସହ ପରିବାର ଲୋକଙ୍କୁ ୨୦ ହଜାର ଦେଇ ଗାଁ ପଠାଇ ଦେଇଛନ୍ତି। ଗାଁକୁ ମୃତ ଦେହ ଫେରିବା ପରେ  ସରପଞ୍ଚ ମନେଶ ସୁନା ହରିଚନ୍ଦ୍ର ଯୋଜନାରେ ୩ହଜାର ଟଙ୍କା ଦେଇଥିବା ବେଳେ ଓ ତାସିଲଦାର ଓ ଆରଆଇ ରେଡକ୍ରସ ଯୋଜନାରେ ସମସ୍ତ ଖର୍ଚ୍ଚ ଦିଆ ଯିବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.