ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ
ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା କଲେଜକୁ ଆଜି ନଳ କୂପ ଖନନ କରିବା ପାଇଁ ଏକ ଗାଡି ଆସି ଥିବା ବେଳେ ହଠାତ ସର୍ଟ ସର୍କିଟ ଯୋଗୁଁ ଜଳି ଯାଇଛି। ଏନେଇ କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିଲା। ସ୍ଥାନୀୟ କଲେଜ କର୍ମଚାରୀ ମାନେ ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ନିଆଁକୁ ଆୟତ କରି ପାରିଛି ଅଗ୍ନିଶମ ବିଭାଗ।