ଶାନ୍ତପୁରରେ ସ୍କୁଲ ସମୂହର ଜିଲ୍ଲା ସ୍ତରୀୟ କ୍ରିକେଟ୍ ପ୍ରତିଯୋଗୀତା: ନର୍ଲା ଓ ଗୋଲାମୁଣ୍ଡା ଫାଇନାଲକୁ ଉତ୍ତୀର୍ଣ୍ଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ରାଧାକୃଷ୍ଣ ହାଇସ୍କୁଲରେ ଚାଲିଛି ଜିଲ୍ଲା ସ୍ତରୀୟ ହାଇସ୍କୁଲ ସମୂହ କ୍ରିକେଟ ପ୍ରତିଯୋଗିତା । ଏହା ଜିଲ୍ଲା କ୍ରୀଡା ଅଧିକାରୀ ରୂପସିଂ ରାଉତ ଓ ଆୟୋଜକ ଶାନ୍ତପୁର ବିଦ୍ୟାଳୟର ପ୍ରିନ୍ସପାଲ ସ୍ୱେତାଲିନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଛି। ଏଥିରେ ଜିଲ୍ଲାର ୧୦ ଗୋଟି ବ୍ଲକ ଅଂଶ ଗ୍ରହଣ କରିଥିବା ଜଣାପଡ଼ିଛି। ସୋମବାର ଉଦଘାଟନୀ ମ୍ୟାଚ ନର୍ଲା ଓ କଲମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏଥିରେ ନର୍ଲା ବ୍ଲକ ବିଜୟୀ ହୋଇଥିଲା। ଦ୍ଵିତୀୟ ମ୍ୟାଚ ଭବାନୀପାଟଣା ଓ କୋକସରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏଥିରେ କୋକସରା ବିଜୟୀ ହୋଇଥିଲା। ସେହିଭଳି ତୃତୀୟ ମ୍ୟାଚ ମ.ରାମପୁର ଓ ଗୋଲାମୁଣ୍ଡା ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏଥିରେ ଗୋଲାମୁଣ୍ଡା ବିଜୟୀ ହୋଇଥିଲା। ସୋମବାର ୫ ଗୋଟି ଲିଗ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚ ଧର୍ମଗଡ ଓ ଗୋଲାମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏଥିରେ ଗୋଲାମୁଣ୍ଡା ବିଜୟୀ ହୋଇଥଲା। ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ନର୍ଲା ଓ କୋକସରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏଥିରେ ନର୍ଲା ଟିମ ବିଜୟୀ ହୋଇ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ କିଶୋର ଚନ୍ଦ୍ର ସା ଓ ଜୀତେନ୍ଦ୍ର କୁମାର ରଥଙ୍କ ନେତୃତ୍ୱରେ ସୁଧୀର ରାଉତ, ସମୀର ନାଏକଙ୍କ ସମେତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡ଼ା ଶିକ୍ଷକ ମାନେ ମ୍ୟାଚ ଗୁଡ଼ିକ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଦୁଇଗୋଟି ସେମିଫାଇନାଲ ମ୍ୟାଚ ସରିବା ପରେ ବିଦ୍ୟାଳୟର ପ୍ରିନ୍ସପାଲ ସ୍ୱେତାଲିନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ରୁପସିଂ ରାଉତ ଖେଳାଳୀ ମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.